www.samajalive.in
Sunday, December 14, 2025
15.1 C
Bhubaneswar

ଆୟୁଷ ଡାକ୍ତର ମହାସଂଘର ଚେତାବନୀ, ଦାବୀ ପୂରଣ ନ ହେଲେ ଆମରଣ ଅନଶନ

ଭୁବନେଶ୍ୱର : ଆମ୍ଭେମାନେ ଆରମ୍ଭରୁ କଠିନ ପରିଶ୍ରମ କରି ଆସୁଛୁ। ରୋଗୀ ସେବାରେ ସବୁ ସମୟ ଦେଉଛୁ। ସରକାରଙ୍କ ଡ଼ାକ୍ତର ଅଭାବ ଜନିତ ସମସ୍ୟା ଦୂର କରିବା ସହ ଲୋକପ୍ରିୟତା ବୃଦ୍ଧି କରିଛୁ। ବନ୍ୟା, ବାତ୍ୟା ଓ କୋଭିଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଡ଼ାକ୍ତରଖାନା ମାନଙ୍କରେ ଏଲୋପାଥିକ ଡ଼ାକ୍ତରମାନଙ୍କର ଅଭାବ ଥିଲାବେଳେ ଆମେ ସମସ୍ତ ପିଏଚସି ଓ ସିଏଚସି ଉପସ୍ଥିତ ରହି ରୋଗୀମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଆସୁଛୁ। ହେଲେ ଆମର ଦୁଃଖ, କଷ୍ଟ ଓ ମାନସିକ ଯନ୍ତ୍ରଣା ସରକାର ହୃଦୟଙ୍ଗମ କରିପାରୁ ନାହାଁନ୍ତି ବୋଲି ଓଡ଼ିଶା ଆୟୁୁଷ ଡ଼ାକ୍ତର ମହାସଂଘର ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ଗହନ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ୨୦୦୭ରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପିଏଚସି ଓ ସିଏଚସିରେ ଡ଼ାକ୍ତର ଅଭାବଜନିତ ସମସ୍ୟା ଦୂର କରିବା ପାଇଁ ସରକାର ଏନ୍ଏଚ୍ଏମ୍ ଜରିଆରେ ୧୪୮୫ଜଣ ଆୟୁଷ ଡ଼ାକ୍ତର ନିଯୁକ୍ତି ଦେଇଥିବା ବେଳେ ବର୍ତ୍ତମାନ ୧୧୫୧ଜଣ ଡ଼ାକ୍ତର କାର୍ଯ୍ୟରତ ଅଛନ୍ତି। ସରକାରଙ୍କ ମୂଳ ଲକ୍ଷ୍ୟ ଥିଲା ଏଲୋପାଥିକ ଡ଼ାକ୍ତରମାନଙ୍କ ଅଭାବରେ ରୋଗୀମାନଙ୍କୁ ବିକଳ୍ପ ଚିକିତ୍ସା ଯୋଗାଇଦେବା। ସରାକରଙ୍କ ଉଦ୍ଦେଶ୍ୟ ପୂରଣ ହେଲା ସତ, କିନ୍ତୁ ଦୀର୍ଘ ୧୪ବର୍ଷ ଧରି ରୋଗୀସେବା କରିବା ସତ୍ତ୍ବେ ସରକାର ଆମ୍ଭମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଲେନାହିଁ କି ଏଲୋପାଥିକ ଡ଼ାକ୍ତରମାନଙ୍କ ସମତୁଲ ବେତନ ଦେଲେନାହିଁ।

- Advertisement -

 

ଏପରିକି ସ୍ୱିପର, ପିଅନ ଏବଂ ଏଏନ୍ଏମ୍ ମାନଙ୍କ ଠାରୁ କମ୍ ବେତନ ଆମ୍ଭେମାନେ ପାଉଛୁ। ସରକାର ମଧ୍ୟ ଆମ୍ଭମାନଙ୍କୁ ସ୍କିମ୍ ଚାକିରୀ କରିଛ କହି କଟା ଘା’ରେ ଚୁନ ମାରୁଛନ୍ତି। ବାରମ୍ବାର ସରକାରଙ୍କୁ ଓଡ଼ିଶା ଆୟୁଷ ଡ଼ାକ୍ତର ମହାସଂଘ ସ୍ଥାୟୀ ନିଯୁକ୍ତି ପାଇଁ ଦାବି ଏବଂ ଗୁହାରି କରି ଆସୁଥିଲେ ମଧ୍ୟ, ଫାଇଲ୍ ଯାଇଛି, ଅର୍ଥମନ୍ତ୍ରଣାଳୟ ମଞ୍ଜୁର ଦେଲାପରେ ଦେଖିବା , ଫାଇଲ୍ ପୁଟ୍ଅପ ପାଇଁ କହିବା ଏହିଭଳି ବାରମ୍ବାର ମିଛ ପ୍ରତିଶ୍ରୁତି ଦେଇ ଆମ୍ଭମାନଙ୍କୁ ମାନସିକ ଯନ୍ତ୍ରଣା ଭିତରେ ରଖିଛନ୍ତି। ଆଜି ପୁଣି ମହାସଂଘର କର୍ମକର୍ତ୍ତାମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଦାବି ସମ୍ପର୍କରେ ଆଲୋଚନା କରିଥିବା ବେଳେ ପୁଣି ସେହି ପୁରୁଣା କଥା, ଦେଖିବା, ବୁଝିବା ଓ କରିବା ବୋଲି ମନ୍ତ୍ରୀ କହିଛନ୍ତି। ଏଣୁ ମହାସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ, ସରକାର ତୁରନ୍ତ ସେମାନଙ୍କ ଦାବି ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ, ମହାସଂଘର ସମସ୍ତ କର୍ମକର୍ତ୍ତାମାନେ ଆମରଣ ଅନଶନ କରି ଜୀବନ ହାରିବେ ସିନା, ଖାଲି ହାତରେ ଘରକୁ ଫେରିବେ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶା ଆୟୁଷ ଡ଼ାକ୍ତର ମହାସଂଘ ତରଫରୁ ଗତ ୨ ତାରିଖରୁ ବିଧାନସଭା ସମ୍ମୁଖରେ ନିଜର ଦାବି ପୂରଣ ପାଇଁ ଧାରଣା ଦେଇ ଆସୁଅଛି ଏବଂ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories