www.samajalive.in
Monday, December 8, 2025
27.1 C
Bhubaneswar

ପାଣିରେ ବୁଡ଼ିଯିବା ରାଜ୍ୟ ଭିତ୍ତିକ ବିପର୍ଯ୍ୟୟ, ମୁକାବିଲା ପାଇଁ ଜନସଚେତନତା ଜରୁରୀ

ଭୁବନେଶ୍ୱର: ପାଣିରେ ବୁଡ଼ିଯିବା ଆମ ରାଜ୍ୟରେ ଯୁବ ଜନସଂଖ୍ୟା ପାଇଁ ଏକ ରାଜ୍ୟ ଭିତ୍ତିକ ବିପର୍ଯ୍ୟୟ। ଏହାର ମୁକାବିଲା ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟର ରୁରାଲ ଡେଭଲପମେଣ୍ଟ ଆଉଟରିଚ୍‍ ପକ୍ଷରୁ ଏକ ପ୍ରଚାର ପୁସ୍ତିକା ‘ଡ୍ରାଉନିଂ ଇଜ ସାଇଲେଣ୍ଟ’ ପ୍ରସ୍ତୁତ କରାଯାଇଛି, ଯାହା ଜୁଲାଇ ୨୫ରେ ଉଷନ୍ମାଚିତ ହୋଇଥିଲା। ଏହି ପ୍ରଚାର ପୁସ୍ତିକା ‘ଡ୍ରାଉନିଂ ଇଜ ସାଇଲେଣ୍ଟ’ ଆଧାରରେ ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ିଯିବା ଉପରେ କଟକର ମାହାଙ୍ଗା ଗ୍ରାମରେ ଜନସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳା ଅବସରରେରେ ସ୍ଥାନୀୟ ଲୋକଙ୍କୁ ପାଣିରେ ବୁଡ଼ିଯିବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ଯୁବବର୍ଗ କିଭଳି ପାଣିରେ ବୁଡ଼ି ଯିବେ ନାହିଁ ଏବଂ ଏହାର ନିରାକରଣ କିପରି କରାଯାଇପାରିବ ତା’ ଉପରେ ଆଲୋକପାତ କରାଯାଇଥିଲା।

 

- Advertisement -

ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ପାଣିରେ ବୁଡ଼ି ଯିବା ଉପରେ ପ୍ରସ୍ତୁତ ପ୍ରଚାରପତ୍ର ପୁସ୍ତିକା ‘ଡ୍ରାଉନିଂ ଇଜ ସାଇଲେଣ୍ଟ’ ବିତରଣ କରାଯାଇଥିଲା। ଏହି ପୁସ୍ତିକାରେ ପାଣିରେ ବୁଡ଼ିଯିବା ଏବଂ ତଦ୍‍ ସମ୍ବନ୍ଧୀୟ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ପାଣିରେ ବୁଡ଼ିଯିବା ଶୀର୍ଷକ କର୍ମଶାଳାରେ ଛାତ୍ରଛାତ୍ରୀ ଏବଂ ମାହାଙ୍ଗା ଗ୍ରାମର ହିତାଧିକାରୀ ଅଂଶଗ୍ରହଣ କରିଥିଲେ। ପ୍ରୋଗ୍ରାମ ମ୍ୟାନେଜର ଅନନ୍ୟା ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଙ୍ଗନୱାଡ଼ୀ କର୍ମୀ ଦୀପ୍ତିମୟୀ ମହାପାତ୍ର ଯୋଗଦେଇଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories