ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୭୧୪୫ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଦିନକ ମଧ୍ୟରେ ୮୭୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୩୮% ରହିଛି। ସେହିଭଳି ଦୈନିକ ସଂକ୍ରମଣ ହାର ୦.୫୭% ଓ ସାପ୍ତାହିକ ହାର ୦.୬୨% ରହିଛି। ଏପର୍ଯ୍ୟନ୍ତ ମୋଟ ୩,୪୧,୭୧,୪୭୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି। ସଂପ୍ରତି ଦେଶରେ ୮୪,୫୬୫ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି, ଯାହା ୫୬୯ ଦିନରେ ସବୁଠାରୁ କମ୍। ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୬୬.୨୮ କୋଟି ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ସେହି ସମୟ ସୁଦ୍ଧା ମୋଟ ୧୩୬.୬୬ କୋଟି ପାନ ଟିକା ଦିଆଯାଇଛି।
Popular Categories


