www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶାରେ ବଢ଼ିବ ଥଣ୍ଡାର ପ୍ରକୋପ, ଏକ ସପ୍ତାହ ଯାଏଁ ଜାରି ରହିବ ଶୀତ ଲହରୀ: ସିଇସି

ଭୁବନେଶ୍ୱର, ୧୭/୧୨ : ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ ଏବଂ ଏକ ସପ୍ତାହ ଯାଏଁ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ଦକ୍ଷିଣ ବଙ୍ଗୋପସାଗର ଓ ଥାଇଲ୍ୟାଣ୍ଡ ଉପକୂଳ ସଂଲଗ୍ନ ଦକ୍ଷିଣ ଚୀନ ସାଗର ଉପରେ ସୃଷ୍ଟ ସାଇକ୍ଲୋନିକ୍‌ ସର୍କୁଲେସନ୍‌ ଉତର-ପଶ୍ଚିମ ଏବଂ ଉତର-ଉତର-ପଶ୍ଚିମ ଦିଗରୁ ଆଫଗାନିସ୍ଥାନ ଓ ପାକିସ୍ଥାନ ଆଡୁ ଶୁଷ୍କ ଥଣ୍ଡା ପବନ ପ୍ରବାହକୁ ସାହାଯ୍ୟ କରୁଥିବାରୁ ଏହି ଶୀତ ଲହରୀ ଅନୁଭୂତ ହେଉଛି ବୋଲି ସିଇସିର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ ଶୁକ୍ରବାର ସୂଚନା ଦେଇଛନ୍ତି । ଏଥି ନିମନ୍ତେ ଏହି ଶୀତ ଲହରୀର ପ୍ରକୋପ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

- Advertisement -

ଜମ୍ମୁ ଓ କାଶ୍ମୀର ଠାରୁ ଆରବସାଗର ପର୍ଯ୍ୟନ୍ତ ଉତର-ପଶ୍ଚିମ ଭାରତ ମଧ୍ୟରେ ଏକ ଅପର ଏୟାର ଟ୍ରଫ୍‌ ସୃଷ୍ଟି ହୋଇଥିବା ବେଳେ ଏହା ପୂର୍ବ ଆଡକୁ ମୁହାଁଉଛି ଓ ଓଡ଼ିଶା ଉପକୂଳରେ ବଙ୍ଗୋପ ସାଗରରେ ଡିସେମ୍ବର ୧୯ ରେ ପହଂଚିବାର ସମ୍ଭାବନା ଥିବା ସେ କହିଛନ୍ତି ।

ଏହି ଶୀତର ପ୍ରକୋପ ଡିସେମ୍ବର ୧୯ ରୁ ୨୪ ପର୍ଯ୍ୟନ୍ତ ଅଧିକ ମାତ୍ରାରେ ବୃଦ୍ଧି ପାଇବ ଓ ବଡ଼ଦିନରୁ ପବନର ଗତିରେ ପରିବର୍ତନ ଯୋଗୁଁ ଶୀତର ପ୍ରକୋପ କିଛିଟା କମିପାରେ ବୋଲି ଡଃ ସାହୁ କହିଛନ୍ତି ।

 

ପଢ଼ନ୍ତୁ –  ପାକିସ୍ତାନକୁ ୩-୧ ଗୋଲରେ ହରାଇଲା ଭାରତ

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories