www.samajalive.in
Saturday, December 13, 2025
26.1 C
Bhubaneswar

ପୋଲ ପାଲଟିଛି ମରଣ ଯନ୍ତା ,ସରିନି କାମ ହେଲେ ଉଠିଲା କଂକ୍ରିଟ୍

ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ହରେକୃଷ୍ଣପୁର ପୋଲ ପାଲଟିଛି ମରଣ ଯନ୍ତା । ପୋଲ କାମ ଦୀର୍ଘ ଦିନ ପଡି ରହିବା ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଫଳରେ ଦୁର୍ଘଟଣା ଯୋଗୁ ଅନେକ ଜୀବନ ଯାଉଛି । ପୋଲ ନିର୍ମାଣରେ ଠିକା ସଂସ୍ଥା ଦ୍ୱାରା ଅତି ନିମ୍ନମାନର କାର୍ୟ୍ୟ ଯୋଗୁଁ ଏହି କାମ ନସୁରୁଣୁ କଂକ୍ରିଟ ଉଠିଯାଇ ଲୁହାଛଡ ଗୁଡିକ ବିପଦପୂର୍ଣ୍ଣ ଭାବରେ ବାହାରି ରହିଛି । ଫଳରେ ପୋଲ ଉପରେ ସବୁବେଳେ ଦୁର୍ଘଟଣାର ଆଶଙ୍କା ଲାଗି ରହିଛି। ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଯାନବାହାନ ଚଳାଚଳ କରୁଛି। ଅନେକ ନେତା ମନ୍ତ୍ରୀ ଓ ବଡ ବଡ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲାସ୍ତରର ଅଧିକାରୀମାନେ ମଧ୍ୟ ପ୍ରତିଦିନ ଏହି ରାସ୍ତା ଦେଇ ଯାଉଛନ୍ତି। କିନ୍ତୁ ବିପଦଜନକ ଭାବରେ ପଡି ରହିଥିବା ହରେକୃଷ୍ଣ ପୋଲକାମ ଉପରେ କାହାର ଶୁଭ ଦୃଷ୍ଟି ପଡିପାରୁନାହିଁ । ଠିକା ସଂସ୍ଥା ପକ୍ଷରୁ କେବଳ ଏହି ପୋଲ ନୁହେଁ ରାସ୍ତା ସଂପ୍ରସାରଣ କାର୍ୟ୍ୟ ମଧ୍ୟ ଅତି ନିମ୍ନ ମାନର କରାଯାଉଥିବା ଅଭିଯୋଗ ହେଉଅଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ବିପଦଜନକ ଭାବରେ ବାହାରି ରହିଥିବା ଛଡ ଉପରେ ତୁରନ୍ତ କଂକ୍ରିଟ୍ ଢାଳି ମରାମତି କରାଯିବାକୁ ସାଧାରଣରେ ଦାବି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories