www.samajalive.in
Saturday, December 13, 2025
26.1 C
Bhubaneswar

ଜେ.ଏସ୍.ଡବ୍ଳୁ ଭୂଷଣ ଷ୍ଟିଲ କାରଖାନାରେ ମକଡ୍ରିଲ୍ କାର୍ଯ୍ୟକ୍ରମ

ରେଙ୍ଗାଳି: ଜେ.ଏସ୍.ଡବ୍ଳୁ ଭୂଷଣ ଷ୍ଟିଲ କାରଖାନାରେ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ଶ୍ରୀ ନାଉରୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଠେଲକୋଲୋଇ ସରପଞ୍ଚ ଶ୍ରୀମତୀ କୈଳାସିନୀ ସେଟ, ଖିଣ୍ଡା ସରପଞ୍ଚ ଶ୍ରୀମତୀ ନିଲାବତୀ ଓରାମ, ଲପଙ୍ଗା ସରପଞ୍ଚ ଶ୍ରୀ ପ୍ରଶାନ୍ତ ଗୁରୁ ଏବଂ ଠେଲକୋଲୋଇ ଥାନା ଅଧିକାରୀ ଶ୍ରୀ ବିଧୁଭୂଷଣ ମିଶ୍ର ଯୋଗ ଦେଇଥିଲେ । ପ୍ରଥମେ କାରଖାନା ପରିସରରେ ଅତିଥି ମାନଙ୍କଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ପରେ ଏଲ ପି ଜି/ପ୍ରୋପେନ୍ ୟାର୍ଡ ରେ ଯଦି ଗ୍ୟାସ ଲିକେଜ ହୋଇ କୌଣସି ଦୁର୍ଘଟଣା ହୁଏ,ତେବେ ତାର ପ୍ରତିକାର କେମିତି କରାଯିବ ସେ ନେଇ ମକ୍ ଡ୍ରିଲ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ପ୍ଲାଣ୍ଟର ଅଗ୍ନିଶମ ବିଭାଗ, ସୁରକ୍ଷା ବିଭାଗ, ଡାକ୍ତରୀ ବିଭାଗ ତଥା ଅନ୍ୟବିଭାଗ ମାନଙ୍କର କର୍ମଚାରୀ ମାନଙ୍କ ସହଯୋଗରେ ସୁଚାରୁରୂପେ ପରିଚାଳନା କରାଯାଇଥିଲା । ଆଖପାଖ ଅଞ୍ଚଳର ତଥା ଶ୍ୟାମ ଡିଆରଆଇ, ଆଦିତ୍ୟ ଆଲୁମିନିୟମ, ବେଦାନ୍ତ ପ୍ରଭୃତି କମ୍ପାନୀର ସଦସ୍ୟମାନେ ମଧ୍ୟ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ତାଙ୍କ ମତ ପ୍ରଦାନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories