www.samajalive.in
Thursday, December 11, 2025
16.1 C
Bhubaneswar

ବୌଦ୍ଧ ଏନଏସିରେ କଳାକାର ଭତ୍ତା ପାଇଁ ପ୍ରାଥମିକ ଚୟନ ପ୍ରକ୍ରିୟା

ବୌଦ୍ଧ : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ । ଗୁରୁବାର ପୂର୍ବାହ୍ନରେ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ୟ୍ୟକ୍ରମକ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବୌଦ୍ଧ ଏନଏସି ଅଞ୍ଚଳରୁ ୬୮ ଜଣ କଳାକାର ଭତ୍ତା ପାଇଁ ଆବେଦନ କରିଥିବା ବେଳେ, ସାମର୍ଥ୍ୟ ପରୀକ୍ଷାରେ ୫୨ ଜଣ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରମାଣପତ୍ର ଯାଞ୍ଚ ଓ ସମାର୍ଥ୍ୟ ପରୀକ୍ଷା ପରେ ୩୨ ଜଣ କଳାକାରଙ୍କ ନାମ ପରବର୍ତ୍ତୀ ପର୍ୟ୍ୟାୟ ପାଇଁ ମନୋନୀତ କରାଯାଇଥିଲା । ଏହି ଚୟନ ପ୍ରକ୍ରିୟାରେ କାର୍ୟ୍ୟ ନିର୍ବାହୀ ଅଧିକାରୀ ଏନଏସି ଇଂ. ମନୋରଞ୍ଜନ ପଣ୍ଡା, ଜିଲା ସଂସ୍କୃତି ଅଧିକାରୀ ବିରଞ୍ଚି ନାରାୟଣ ଧରୁଆ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ନୃତ୍ୟ ନିର୍ଦ୍ଦେଶକ ଦେବାଙ୍ଗନ ମେହେର,ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ,ଏନଏସି ସାମାଜିକ ସୂରକ୍ଷା ବିଭାଗର ସେକ୍ସନ ଅଫିସର ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସେକ୍ସନ ଅଫିସର ମାନଓ ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ଚୟନ ପ୍ରକିୟାରେ ସହଯୋଗ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀମତୀ ଦଳବେହେରା କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ଚୟନ ପ୍ରକିୟା ଦ୍ୱାରା ଉପଯୁକ୍ତ କଳାକାର ମନୋନୟନ ହୋଇ ଭତ୍ତା ପାଇପାରିବେ ବୋଲି ପ୍ରକାଶ କରିଥିଲେ। ଏନଏସିର କାର୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀପଣ୍ଡା ସ୍ୱଚ୍ଛତା ପାଇଁ ଏହି ଚୟନ ପ୍ରକ୍ରିୟାରେ ସମସ୍ତ କଳାକାର ନିଜର ସାମର୍ଥ୍ୟ ପ୍ରଦର୍ଶନ ସହିତ ଚୟନ ପ୍ରକିୟାକୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଜିଲା ସଂସ୍କୃତି ଅଧିକାରୀ ଶ୍ରୀଧରୁଆ ବ୍ଲକସ୍ତରରେ ହେବାକୁଥିବା ଚୟନ ପ୍ରକ୍ରିୟା ପାଇଁ କଳାକାରମାନେ ନିଜର ଅରିଜିନାଲ ସାର୍ଟିଫିକେଟ ସହ ନିଜର ସାମର୍ଥ୍ୟ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇ ଆସିବାକୁ ନିବେଦନ କରିଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories