www.samajalive.in
Sunday, December 7, 2025
23.1 C
Bhubaneswar

ଧରା ପଡ଼ିଲା ସବୁଠାରୁ ବଡ଼ ସିରିୟଲ କିଲର; ୮ବର୍ଷରେ ୩୩ ହତ୍ୟା

ନୂଆଦିଲ୍ଲୀ: ଦିନରେ ଲୋକଙ୍କ ଲୁଗା ସିଲେଇ କରିବା ଥିଲା ତା’ର ପେଶା, ରାତିରେ ହତ୍ୟା କରିବା ଥିଲା ତା’ର ନିଶା। ଦିନରେ ହସଖୁସୀରେ ଲୋକଙ୍କ ସହ ମିଶୁଥିôôବା ଏହି ବ୍ୟକ୍ତି ରାତି ହେଲେ ପାଲଟି ଯାଉଥିଲା କଂସେଇ। ଦୀର୍ଘ ୮ବର୍ଷ ଧରି ଚାଲିଥିଲା ହତ୍ୟାର ଖେଳ। ଶେଷରେ ପୁଲିସ ହାତରେ ଧରା ପଡ଼ିଛି ଦେଶର ସବୁଠାରୁ ବଡ଼ ସିରିୟଲ କିଲର। ପୁଲିସ ଜେରାରେ ଅଦ୍ୟାବଧି ୩୩ଜଣଙ୍କୁ ହତ୍ୟା କରିଥିବାର ସ୍ୱୀକାର କରିଥିବାବେଳେ ଆହୁରି ଅଧିକ ନାମ ସାମ୍ନାକୁ ଆସିବାକୁ ବାକି ରହିଛି।
ନାମ ଆଦେଶ ଖମାରା। ଘର ମଧ୍ୟପ୍ରଦେଶର ଭୋପାଳ। ଏହି ବ୍ୟକ୍ତିଙ୍କ ନାମରେ ଲାଗିଛି ଅଦ୍ୟାବଧି ୩୩ଜଣଙ୍କୁ ହତ୍ୟା ଅଭିଯୋଗ।୨୦୧୦ରୁ ଆରମ୍ଭ ହୋଇଥିଲା ଆଦେଶଙ୍କ ଏହି ଜଘନ୍ୟ କାଣ୍ଡ। ଦୀର୍ଘ ୮ବର୍ଷ ଧରି ଘଟି ଚାଲିଥିବା ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ। ନା’ ପୁଲିସକୁ ମିଳୁଥିଲା କୌଣସି ସୁରାକ, ନା’ ହତ୍ୟାକରୀଙ୍କ କବଳରୁ ବର୍ତ୍ତି ଯାଉଥିଲେ କେହିଁ।
ତେବେ ସିରିୟଲ କିଲର କେବଳ ଟ୍ରକ ଚାଳକ ଓ ତା’ର ହେଲପରଙ୍କୁ କରୁଥିଲେ ଶିକାର। ୮ବର୍ଷ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଟ୍ରକ ଚାଳକ ଓ ହେଲପରଙ୍କୁ ସିରିୟଲ କିରଣ ଜଣକ କରିଚାଲିଥିଲେ ହତ୍ୟା। ରାଜପଥରେ ସିସିଟିଭି ନଥିବାରୁ ପୁଲିସକୁ ମିଳୁ ନଥିଲା ସୁରାକ। ଭୋପାଳର ଆଖପାଖ ଅଞ୍ଚଳ ଥିଲା ସିରିୟଲ କିଲରଙ୍କ ରାତ୍ରୀକାଳୀନ ଚରାଭୂମି।
ଦୀର୍ଘ ୮ବର୍ଷ ପରେ ହଠାତ୍‍ ପୁଲିସକୁ ମିଳିଲା ସୁରାକ। ଭୋପାଳର ବିଲିଖିରିୟା ଅଞ୍ଚଳରୁ ଜଣେ ଟ୍ରକ ଡ୍ରାଇଭରର ମୃତଦେହ ନିକଟରୁ ଜଣେ ବ୍ୟକ୍ତିଙ୍କୁ ସନ୍ଦେହଜନକ ଭାବେ ପୁଲିସ ଅଟକ କରି ପଚରାଉଚରା ଆରମ୍ଭ କରିଥିଲା। ଆରମ୍ଭ ହୋଇଥିଲା ତଦନ୍ତ। ଜଣେ ପରେ ଜଣେ ଗିରଫ ହୋଇଥିଲେ ୯ଜଣ ଅଭିଯୁକ୍ତ। ଏହି ଗ୍ୟାଙ୍ଗର ମୁଖିଆ ଭୋପାଳର ଦର୍ଜି ଆଦର୍ଶ। ଭୋପାଳ ସହରର ସୀମାବର୍ତ୍ତୀ ଅଞ୍ଚଳରେ ଏକ ଛୋଟ ଦର୍ଜି ଦୋକାନୀ ଆଦର୍ଶ ଥିଲା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ପଚରାଉଚରା ପରେ ଜଣା ପଡ଼ିଥିଲା ଦର୍ଜିଙ୍କ ଅପରାଧର ତାଲିକା ୮ବର୍ଷ ପୂର୍ବରୁ ମହାରାଷ୍ଟ୍ରର ଅମରାବତୀରୁ ଆରମ୍ଭ ହୋଇଥିଲା। ପରେ ନାସିକ, ଉତ୍ତରପ୍ରଦେଶ ଓ ବିହାରରେ ମଧ୍ୟ ଘଟାଇ ଚାଲିଥିଲେ ହତ୍ୟାର ଜଘନ୍ୟ କାଣ୍ଡ। ଆଦର୍ଶକୁ ଉତ୍ତରପ୍ରଦେଶର ସୁଲତାନପୁର ନିକଟରେ ଥିବା ଏକ ଜଙ୍ଗଲରୁ ପୁଲିସ ଗିରଫ କରିଛି। ଆଦର୍ଶ ପ୍ରଥମେ ୧୫ ପରେ ୨୦ ପୁଣି ୩୦ଜଣଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଆଦର୍ଶକୁ ଗିରଫ କରି ୩୦ଟି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ସଂଗ୍ରହ କରିବାରେ ଲାଗିଥିଲା ପୁଲିସ। ଏଭଳି ସମୟରେ ଦିନେ ସକାଳେ ଆଦର୍ଶ ଆହୁରି ଅଧିକ ୩ଜଣଙ୍କ ହତ୍ୟା ସମ୍ପର୍କରେ ସୂଚନା ଦେଇଥିଲା। ଆଦର୍ଶର ଏଭଳି କାରନାମା ପୁଲିସକୁ ମଧ୍ୟ ଚକିତ କରିଦେଇଛି। ଏସବୁ ହତ୍ୟା କେବଳ ମୋକ୍ଷ ପ୍ରଦାନ ପାଇଁ ଆଦର୍ଶ କରୁଥିଲା ବୋଲି ପୁଲିସ ଆଗରେ ସ୍ୱୀକାର କରିଛି। ଡ୍ରାଇଭର କାର୍ଯ୍ୟ ଏକ କଷ୍ଟଦାୟକ କାର୍ଯ୍ୟ। ତେଣୁ ଏହି ଯନ୍ତ୍ରଣାରୁ ମୁକ୍ତ କରିବା ନିମନ୍ତେ ସେ ଡ୍ରାଇଭର ଓ ହେଲପରଙ୍କୁ ହତ୍ୟା କରୁଥିଲା ବୋଲି ପୁଲିସ ଆଗରେ ସ୍ୱୀକାର କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories