କାଶୀପୁର : ରାୟଗଡା ଜିଲା କାଶୀପୁର ଥାନା ଅନ୍ତର୍ଗତ ମାଣ୍ଡିବିଶି ଗ୍ରାମରେ ଆଜି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗାଁର ଦଶରଥ ଗୌଡଙ୍କ ୬ ବର୍ଷର ଶିଶୁ ଜତିନ ଗୌଡଙ୍କୁ ନୃଶଂସ ଭାବେ କେହି ଦୁର୍ବୁତ୍ତ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ କିଏ ଆଉ କାହିଁକି ବାଳକକୁ ଏପରି ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରିଛି ତହାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।
ମିଳିଥିବା ସୂଚନା ମୁତାବକ ଶିଶୁଟି ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରୁ ଘରୁ ନିଖୋଜ ଥିଲା। ପରିବାର ଲୋକେ ବାଳକକୁ ଗାଁ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ପାଇନଥିଲେ। ଘର ଲୋକେ ନିଜ ବାଡିପଟକୁ ଯାଇ ଖୋଜିବା ସମୟରେ ପାଇଖାନା ପଛପଟ କାନ୍ଥ ନିକଟରେ ଶିଶୁକୁ ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କରି ଫୋପାଡି ଦେଇଥିବା ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକେ କାଶୀପୁର ଥାନାକୁ ସୂଚନା ଦେଇଥିବାବେଳେ ଏନେଇ କାଶୀପୁର ଥାନାରେ ମାମଲା ରୁଜୁ କରାଯାଇ ଥିବା ସୂଚନା ମିଳିଛି।



