www.samajalive.in
Saturday, December 13, 2025
21.1 C
Bhubaneswar

ଲଜରୁ ହୋଟେଲ ମ୍ୟାନେଜରଙ୍କ ମୃତ ଦେହ ଉଦ୍ଧାର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ମେଫେୟାର ରୋଡରେ ଥିବା ହୋମ କେୟାର ଲଜ ପରିସରରୁ ହୋଟଲ ମ୍ୟାନେଜରଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ଗୋପାଳପୁରର ଡି ନରେଶ(୪୨) ବୋଲି ପୁଲିସ ସୂଚନା ମିଳିଛି। ମୃତକ ଜଣଙ୍କ ଦୀର୍ଘ ବର୍ଷ ଧରି ହୋମ କେୟାର ଲଜ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ନରେଶ ରାତ୍ରି ଭୋଜନ ସାରିବା ପରେ ନିଜ ରୁମକୁ ଯାଇ ଶୋଇ ପଡ଼ିଥିଲେ। ଆଜି ସକାଳ ୮ ଟା ପର୍ଯ୍ୟନ୍ତ ନରେଶ ରୁମରୁ ନ ବାହାରିବାରୁ ଲଜରେ କାମ କରୁଥିବା ଅନ୍ୟ କର୍ମଚାରୀ ମାନେ ଉକ୍ତ ରୁମର କବାଟ ବାଡେଇଲ ଥିଲେ ମଧ୍ୟ ଖୋଲି ନଥିଲେ। ଉକ୍ତ ଘଟଣା ପରେ କର୍ମଚାରୀ ମାନେ ଗୋପାଳପୁରରେ ରହୁଥିବା ନରେଶଙ୍କ ଭାଇ ଗୋପାଳିଙ୍କୁ ଘଟଣା ନେଇ ସୂଚନା ଦେଇଥିଲେ।

 

- Advertisement -

ଗୋପାଳି ଘଟଣା ସ୍ଥଳରେ ପହଞ୍ଚି ଝରକା ଫାଙ୍କରେ ଦେଖିବା ସମୟରେ ନରେଶ ମୁହଁ ମାଡି ଶୋଇଥିବା ଦେଖି କିଛି ଅଘଟଣ ଘଟିଥିବା ଆଶଙ୍କାରେ ଗୋପାଳପୁର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଲଜ ପରିସରରେ ପହଞ୍ଚି ଉକ୍ତ ରୁମର କବାଟ ଭାଙ୍ଗି ଦେଖିବା ସମୟରେ ନରେଶଙ୍କ ମୃତ୍ୟୁ ଘଟି ଯାଇଥିବା ଜାଣିବାକୁ ପାଇଥିଲେ। ନରେଶ ଙ୍କ ମୃତ୍ୟୁ ଦେହକୁ ଜବତ କରିବା ସହ ଥାନାରେ ୨୮/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପୂର୍ବକ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି। ନରେଶ ଜଣେ ମେଳାପି ବନ୍ଧୁବତ୍ସଳ ଥିବା ଯୋଗୁଁ ତାଙ୍କ ମୃତ୍ୟୁରେ ଗୋପାଳପୁରରେ ଶୋକର ଛାୟା ଖେଳିଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories