www.samajalive.in
Saturday, December 13, 2025
21.1 C
Bhubaneswar

ମେଡିକାଲ ମୂଲ୍ୟାଙ୍କନ ବୋର୍ଡ ପୁନଃଗଠିତ, ୮ ମେଡିକାଲ କଲେଜ ଅଧୀନରେ ୩୦ ଜିଲ୍ଲା

ରାଜ୍ୟର ବିଭିନ୍ନ ମେଡିକାଲ କଲେଜଗୁଡ଼ିକରେ ମେଡିକାଲ ମୂଲ୍ୟାଙ୍କନ ବୋର୍ଡର ପୁନର୍ଗଠନ କରାଯାଇଛି। ଏହି ବୋର୍ଡଗୁଡ଼ିକ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଅପିଲ୍‍ ପ୍ରାଧିକରଣଙ୍କୁ ସହାୟତା କରିବେ। ଏହାଛଡା ବୋର୍ଡ ଭିନ୍ନକ୍ଷମ ପ୍ରମାଣପତ୍ରର ସମୀକ୍ଷା ଓ ପୁନଃଆକଳନ ପାଇଁ ମଧ୍ୟ କାର୍ଯ୍ୟ କରିବ।

ଫକୀର ମୋହନ ମେଡିକାଲ୍‍ କଲେଜ୍‍ ଓ ହସ୍‍ପିଟାଲ୍‍ ଅଧୀନରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା, ଏମ୍‍କେସିଜି ମେଡିକାଲ୍‍ କଲେଜ୍‍ ଅଧୀନରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‍ କଲେଜ୍‍ ଓ ହସ୍‍ପିଟାଲ୍‍ ଅଧୀନରେ ମୟୂରଭଞ୍ଜ ଓ କେଉଁଝର ଜିଲ୍ଲା, ସନ୍ଥକବି ଭୀମଭୋଇ ମେଡିକାଲ୍‍ କଲେଜ୍‍ ଓ ହସ୍‍ପିଟାଲ୍‍ ଅଧୀନରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା, ଏସ୍‍ସିବି ମେଡିକାଲ୍‍ କଲେଜ ଅଧୀନରେ କଟକ, ଢେଙ୍କାନାଳ, ଅନୁଗୋଳ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା, ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍‍ କଲେଜ୍‍ ଓ ହସ୍‍ପିଟାଲ୍‍ ଅଧୀନରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା, ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍‍ ଓ ହସ୍‍ପିଟାଲ୍‍ ଅଧୀନରେ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଏବଂ ବୀର ସୁରେନ୍ଦ୍ର ସାଏ ଭେଷଜ ଗବେଷଣା ପ୍ରତିଷ୍ଠାନ ଅଧୀନରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି।

- Advertisement -

ବିଭିନ୍ନ ନିଯୁକ୍ତିଦାତା ସଂସ୍ଥା ଓ କର୍ତୃପକ୍ଷ ଅପିଲ୍‍ ପ୍ରାଧିକରଣଙ୍କୁ ସୂଚନା ଦେବା ସହିତ ଭିନ୍ନକ୍ଷମ ପ୍ରମାଣପତ୍ର ବାବଦରେ ସଂପୃକ୍ତ ମେଡିକାଲ ମୂଲ୍ୟାଙ୍କନ ବୋର୍ଡଗୁଡ଼ିକୁ ଆବେଦନ କରିପାରିବେ। ପ୍ରମାଣପତ୍ରଗୁଡ଼ିକର ବିସ୍ତୃତ ତନଖି/ପୁନଃଆକଳନ ରିପୋର୍ଟ ଏବଂ ଫଳାଫଳ ସିଧାସଳଖ ନିଯୁକ୍ତିଦାତା ସଂସ୍ଥାଗୁଡ଼ିକୁ ବୋର୍ଡ ପକ୍ଷରୁ ପ୍ରଦାନ କରାଯିବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories