www.samajalive.in
Friday, December 12, 2025
27.1 C
Bhubaneswar

‘ଜୱାଦ’ କ୍ଷୟକ୍ଷତି ବ୍ୟାପକ, ଅଧିକ ପାଇଁ ସୁପାରିସ କରିବ କେନ୍ଦ୍ରୀୟ ଦଳ

ଭୁବନେଶ୍ବର: ‘ଜୱାଦ’ ବାତ୍ୟା ରାଜ୍ୟର କୃଷକଙ୍କ ବର୍ଷକର ଆହାର ଛଡ଼ାଇ ନେଇଛି। ନିଜର ଫସଲ ହରାଇ ଚାଷୀ ଏବେ ସରକାରୀ ସହାୟତା ପାଇବାକୁ ଡହଳବିକଳ ହେଉଥିବାବେଳେ କ୍ଷୟକ୍ଷତି ଆକଳନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ମଧ୍ୟ ତାହା ଅନୁଭବ କରିଛି। ତେବେ ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ନଷ୍ଟ ପାଇଁ ପ୍ରଚଳିତ ବ୍ୟବସ୍ଥାରେ ସରକାରୀ ସହାୟତା ଯଥେଷ୍ଟ ହେଉନାହିଁ। ଏଥିପାଇଁ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠି ନିୟମ ଓ ରିଲିଫ୍‌ କୋଡ୍‌ ସଂଶୋଧନ ଲାଗି କେନ୍ଦ୍ରୀୟ ଦଳ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ ବୋଲି ଜଣାପଡ଼ିଛି। ଏହାପୂର୍ବରୁ କେନ୍ଦ୍ରକୁ ରାଜ୍ୟ ସରକାର ବହୁବାର ଚିଠି ଲେଖି ନିୟମରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଆସୁଛନ୍ତି।

ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠି ନିୟମାନୁଯାୟୀ ‘ଜୱାଦ’ ଜନିତ ଫସଲ କ୍ଷତି ସହାୟତା ରାଶି ଯଥେଷ୍ଟ ହେବନାହିଁ। ପ୍ରାକୃତିକ ଦୁର୍ବିପାକରେ ଫସଲ ନଷ୍ଟ ହେଲେ ସହାୟତା ବାବଦରେ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଓ ଅଣଜଳସେଚିତ ଜମି ପାଇଁ ୬ ହଜାର ୮୦୦ ଟଙ୍କା ମିଳୁଛି। ଏବେ କେନ୍ଦ୍ରୀୟ ଦଳ କ’ଣ ସୁପାରିସ କରୁଛି ତାକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି। ବିହନ, ସାର ଓ ମଜୁରୀ ସହିତ ଫସଲ ଉତ୍ପାଦନ ଖର୍ଚ୍ଚ ବଢ଼ି ଚାଲିଛି। ଏପରିସ୍ଥଳେ ନିୟମ ସଂଶୋଧନ ହେଲେ ପ୍ରାକୃତିକ ବିପର୍ଯ୍ୟୟ ପ୍ରପୀଡ଼ିତ ଓଡ଼ିଶାର ଚାଷୀ ଉପକୃତ ହେବେ।
‘ଜୱାଦ’ ପ୍ରଭାବିତ ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର, କଟକ ଓ କେନ୍ଦ୍ରାପଡ଼ାରେ କ୍ଷୟକ୍ଷତି ଆକଳନ କରିବାକୁ ରବିବାର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ବାଧୀନ ଏକ ୬ ଜଣିଆ ଦଳ ଓଡ଼ିଶା ଗସ୍ତରେ ଆସିଛି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories