www.samajalive.in
Thursday, December 11, 2025
18.1 C
Bhubaneswar

ବ୍ରିଟେନରେ ବିଶ୍ବର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ

ଲଣ୍ଡନ : କରୋନାର ଓମିକ୍ରନ ପ୍ରଜାତି ଭୂତାଣୁରେ ଆକ୍ରାନ୍ତ ଜଣେ ବ୍ୟକ୍ତି ବ୍ରିଟେନରେ ପ୍ରାଣ ହରାଇଛନ୍ତି। ଓମିକ୍ରନ ପ୍ରଜାତି ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବାରେ ଏହା ବିଶ୍ବର ପ୍ରଥମ ଘଟଣା। ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ପର୍କରେ ସୋମବାର ସ୍ପଷ୍ଟ କରିଛନ୍ତି। ଜନସନ କହିଛନ୍ତି ଯେ ବ୍ରିଟେନରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୦% ହେଉଛନ୍ତି ଓମିକ୍ରନ ପ୍ରଜାତି ସଂକ୍ରମିତ। ବ୍ରିଟେନରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ଅତିକ୍ରମ କରିଛି।
ଦେଶରେ ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ନେଇ ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ କରୋନା ଟିକାର ବୁଷ୍ଟର ପାନ ନେବାକୁ କୁହାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ବୁଷ୍ଟର ପାନ ନେବା ଲାଗି ଟିକାକେନ୍ଦ୍ରଗୁଡିକରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି। ଓମିକ୍ରନ ସଂକ୍ରମଣ ରୋକିବାକୁ ତାଲାବନ୍ଦ ଭଳି କଠୋର ପଦକ୍ଷେପ ନିଆଯିବ ନାହିଁ ବୋଲି ଜନସନ କହିଛନ୍ତି। ତେବେ ସଂକ୍ରମଣ ରୋକିବାକୁ ଲୋକଙ୍କୁ ଘରେ ରହି କାମ କରିବା, ସାମାଜିକ ଦୂରତା ରକ୍ଷା କରିବା, ତୁଣ୍ଡି ବାନ୍ଧିବା ଭଳି ନିୟମ ପାଳନ କରିବାକୁ କୁହାଯାଇଛି। କେତେକ ନିର୍ଦ୍ଧିଷ୍ଟ ସର୍ବସାଧାରଣ ସ୍ଥାନକୁ ଯିବା ଲାଗି କୋଭିଡ୍ ଅନୁମତିପତ୍ର (ପାସ୍‌) ବ୍ୟବସ୍ଥା କରିବାକୁ ସରକାର ବିଚାର କରୁଛନ୍ତି। କରୋନାର ଏହି ପ୍ରଜାତି ଅନ୍ୟ ପ୍ରଜାତି ଅପେକ୍ଷା କମ୍ ପ୍ରଭାବୀ। ଏହି ପ୍ରଜାତିର ଭୂତାଣୁ ଅଧିକ ବେଗରେ ସଂକ୍ରମିତ ହେଉଥିବା ବେଳେ କମ୍ ପ୍ରାଣଘାତୀ ରହିଛି। କରୋନା ଟିକାର ବୁଷ୍ଟର ପାନ ନେବା ଦ୍ବାରା ଓମିକ୍ରନ ସଂକ୍ରମଣରୁ ୭୦ରୁ ୭୫% ସୁରକ୍ଷା ଦେଉଛି ବୋଲି ବ୍ରିଟେନ ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି କହିଛି। ଅନ୍ୟ ପଟେ ଚୀନରେ ଆଜି ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉତ୍ତର ଚୀନର ବନ୍ଦର ସହର ତିଆଜିନ୍‌ରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଚୀନ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ସଂକ୍ରମିତ ଜଣଙ୍କ ଡିସେମ୍ବର ୯ରେ ବିଦେଶରୁ ଫେରିଥିଲେ। ଅନ୍ୟପକ୍ଷରେ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ସୋମବାର ମହାରାଷ୍ଟ୍ରରେ ଆଉ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ହେଲେ ମହାରାଷ୍ଟ୍ର ଲାଟୁର ଜଣେ ଓ ପୁଣେର ଜଣେ। ଏହି ଦୁଇଜଣଙ୍କୁ ମିଶାଇ ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories