୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ

ଭୁବନେଶ୍ୱର : ରାଜ୍ୟର ୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମାଗଣା ପ୍ରଶିକ୍ଷଣ ପ୍ରଦାନ କରାଯିବ। ବିଭିିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ଲାଗି ମାଗଣା ପ୍ରଶିକ୍ଷଣ ମିଳିବ। ଏକାଦଶରେ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଶିକ୍ଷାନୁଷ୍ଠାନ ପିଲାଙ୍କୁ ଏହି ସୁବିଧା ମିଳିବ। ଆସନ୍ତା ୧୫ ରୁ ଜାନୁଆରୀ ୧୨ ମଧ୍ୟରେ ଏନେଇ ପଞ୍ଜିକରଣ କରାଯିବ। ଯୋଗ୍ୟତା ଭିତ୍ତିରେ ମେଧା ବିଦ୍ୟାର୍ଥୀଙ୍କୁ ମନୋନୟନ କରାଯିବ। ପଞ୍ଜୀକରଣ କରିଥିବା ପିଲାଙ୍କ ଜାନୁଆରୀ ୧୫ରେ ଏକ ପରୀକ୍ଷା ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Comments are closed.