www.samajalive.in
Saturday, December 6, 2025
23.1 C
Bhubaneswar

ବ୍ରହ୍ମପୁରରେ ଆରମ୍ଭ ହେଲା ସ୍ମାର୍ଟ କାର୍ଡ ବଣ୍ଟନ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ସୋମବାର ଶୁଭାରମ୍ଭ ହୋଇଯାଇଛି । ଏନେଇ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଟାଉନ୍‌ ହଲ୍‌ ଠାରେ ଆୟୋଜିତ ହୋଇଥିଲା । ମହାନଗର ନିଗମର ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇଥିଲେ ।
ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ । ବ୍ରହ୍ମପୁର ସହରରେ ମୋଟ ୪୪ହଜାର ୨ଶହ ଜଣ ହିତାଧିକାରୀଙ୍କୁ ଏହି ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ । ଏଥି ପାଇଁ ସହରରେ ମୋଟ ୨୭ଟି ବଣ୍ଟନ କେନ୍ଦ୍ର ଚିହ୍ନଟ କରାଯାଇଛି । ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ୱାର୍ଡ ଅନୁଯାୟୀ ସ୍ମାର୍ଟ କାର୍ଡ ବଣ୍ଟନ ହେବ ।
ବ୍ରହ୍ମପୁର ସହରର ୨୧ଟି ଘରୋଇ ହସ୍‌ପିଟାଲ୍‌ରେ ହିତାଧିକାରୀମାନେ ଏହି କାର୍ଡରୁ ସୁବିଧା ପାଇପାରିବେ । ସେହିଭଳି କାର୍ଡ ସଂପର୍କିତ ଯେକୌଣସି ପ୍ରକାର ଆପତ୍ତି ଅଭିଯୋଗ ପାଇଁ ମହାନଗର ନିଗମ ତରଫରୁ ହେଲ୍‌ପଲାଇନ୍‌ ନମ୍ବର ମଧ୍ୟ ଜାରି କରାଯିବ । ପ୍ରଥମ ଦିନରେ ଅତିଥିମାନେ ବହୁ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ । କାର୍ୟ୍ୟକ୍ରମରେ ମହାନଗର ନିଗମର ଅତିରିକ୍ତ ଆୟୁକ୍ତ ଆଶୁତୋଷ ସାମଲ ଏବଂ ଉପଆୟୁକ୍ତ ଅଦୈତ୍ବ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ସୋମବାର ମିନାକ୍ଷୀନଗର ସ୍ଥିତ ରେଣ୍ଟାଲ୍‌ ବିଲଡିଂ ଏବଂ ଖୋଡ଼ାସିଙ୍ଗି ସ୍ଥିତି କଲ୍ୟାଣ ମଣ୍ଡପରେ ମଧ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ସୂଚନା ଯୋଗ୍ୟ , ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories