www.samajalive.in
Saturday, December 6, 2025
19.1 C
Bhubaneswar

ଲାଞ୍ଜିଗଡରେ ହାତୀ ଉପଦ୍ରବ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଅଞ୍ଚଳରେ ଦିର୍ଘଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ବୁଧବାର,ଗୁରୁବାର ଓ ଶୁକ୍ରବାର ତିନିଦିିନ ଧରି ଲାଞ୍ଜିଗଡ଼ ଫରେଷ୍ଟ ଅଞ୍ଚଳରେ ଅନେକ ଚାଷୀଙ୍କ ଚାଷ ନଷ୍ଟ କରିବା ସହ ଲାଞ୍ଜିଗଡ଼ ବନ ବିଭାଗର ଚାରା ପ୍ରସ୍ତୁତି କେନ୍ଦ୍ର(ନର୍ସରି)କୁ ମଧ୍ୟ ମାଡି ଚକଟି ହାତୀପଲ ନଷ୍ଟ କରିଛନ୍ତି ।
ସୂଚନା ମୁତାବକ ଗତ ୨ ତାରିଖରେ ଲାଞ୍ଜିଗଡ଼ ବ୍ଳକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ବନବିଭାଗ ଅଧିନସ୍ଥ ଦଲମା ବିଟ୍ ର ଧଡେଲ ଜଙ୍ଗଲରୁ ପ୍ରାୟ ୨୫ ଗୋଟି ଜଙ୍ଗଲୀ ହାତୀପଲ ପଟାଙ୍ଗପଦର ଗାଁକୁ ଆସି ରୁପା ମାଝୀ, ସାନ୍ଧା ମାଝୀ ଓ ଡ୍ରିକୁ ମାଝୀଙ୍କ ଘରକୁ ସମ୍ପୁର୍ଣ୍ଣ ଭାଙ୍ଗି ଦେଇ ଘରେ ଥିବା ଆବାସପତ୍ର ସହିତ ସମେତ ଧାନ, ମାଣ୍ଡିଆ, ଚାଉଳ ଆଦି ଖାଦ୍ୟଶସ୍ୟ ନଷ୍ଟ କରିଦେଇଥିଲେ।

ଏହାପରେ ଏହି ହାତୀପଲ ବିଭିନ୍ନ ଲୋକଙ୍କ ଧାନ,ମାଣ୍ଡିଆ, କପା, କୁଶୁଳା,କାନ୍ଧୁଲ ଚାଷ ନଷ୍ଟ କରି ଗତ ୮ ତାରିଖରେ ଲାଞ୍ଜିଗଡ଼ ବନବିଭାଗ ଅଧୀନରେ ଥିବା ରାହୁଲ ଝିମିରି ଜଙ୍ଗଲକୁ ଚାଲି ଆସିଥିଲେ। ବୁଧବାର ରାତିରେ ଜଙ୍ଗଲରୁ ବାହାରି ଲାଞ୍ଜିଗଡ଼ ମାର୍କଣ୍ଡ ପୁଜାରୀଙ୍କ ଆମ୍ବ ବଗିଚାଥିବା ବାଉଁଶ ଗଛକୁ ନଷ୍ଟ କରି କୁଡ଼ିଆରେ ଥିବା ଆବାସ ପତ୍ର ନଷ୍ଟ କରି କାନ୍ଧୁଲ ଚାଷ ନଷ୍ଟ କରିଥିଲେ।ଗତ ଗୁରୁବାର ରାତିରେ ପୁଣି ଝିମିରି ଜଙ୍ଗଲରୁ ୨୫ ରୁ ଉର୍ଦ୍ଧ୍ବ ଏହି ହାତୀପଲ ବାହାରି ଲାଞ୍ଜିଗଡ଼ ସାନେ ହେର୍ଣ୍ଣା ୧ ଏକର ଧାନ ଚାଷ, ରାମ ହରିଜନ ୪୦ ଡିସମିଲ ଧାନ ଜାମ୍ମୁ ପୂଜାରୀର ଧାନ,ମାଣ୍ଡିଆ, କୁଶୁଳା ଚାଷ, ସାଧୁ ମାଝିର କୁଶୁଳା ଚାଷ ନଷ୍ଟ କରି କର୍କଟ ପଡାର ନଳକୂପ ଭାଙ୍ଗିଥିଲେ।
ଏହାପରେ କାଶିବାଡି ଗାଁର ଇନ୍ଦ୍ରା ବିଭାରର କଦଳୀ ଚାଷକୁ ନଷ୍ଟ କରି ଟାଙ୍ଗନକନା ଗାଁ ଲୋକଙ୍କ କପା ଚାଷ ନଷ୍ଟ କରି ଲାଞ୍ଜିଗଡ଼ ବନ ବିଭାଗ ଦ୍ଵାରା କରାଯାଇଥିବା ଚାରା ପ୍ରସ୍ତୁତି କେନ୍ଦ୍ରକୁ ଯାଇ ପ୍ରାୟ ୨ ହଜାର ଶାଗୁଆନ, ବାଉଁଶ, କାଜୁ, ପଣସ ଆଦି ଚାରାକୁ ମାଡି ଚକଟି ନଷ୍ଟ କରିଥିଲେ। ଏହାପରେ ଏହି ହାତୀପଲ ବାରବୁଲି ଗାଁକୁ ଯାଇ ଗଜି ମାଝିର ମାଣ୍ଡିଆ ଓ କାନ୍ଧୁଲ ଚାଷ ନଷ୍ଟ କରି କାତୁଲବାଇ ଗାଁ ନିକଟସ୍ଥ ବୋରି ଜଙ୍ଗଲରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ଦୁଇ ଦିନ ଧରି ଲାଞ୍ଜିଗଡ଼ ଫରେଷ୍ଟର ବୃଷବ ବେଶ୍ରା, ଫରେଷ୍ଟ ଗାର୍ଡ ବିଭୁତି ଭୂଷଣ ନାଏକ ଓ ବିରଞ୍ଚି ନାରାୟଣ ପଣ୍ଡା ସମେତ ସାଣ୍ଡରୁ ମାଝୀ, ସୁଶାନ୍ତ ହରିଜନ, ତ୍ରିଲୋଚନ ସାହୁ, ଡିଲେସ ପ୍ରଧାନୀ ସହିତ ଗାଁ ଲୋକଙ୍କ ସହାୟତାରେ ହାତୀପଲକୁ ଘଉଡ଼ାଇ ଲୋକଙ୍କ କ୍ଷୟକ୍ଷତି ର ଆକଳନ କରିବା ସହ ହାତୀପଲର ଗତିବିଧି ଉପରେ ନଜର ରଖିବା ସହିତ ଅଞ୍ଚଳରେ ଏଲିଫେଣ୍ଟ ସ୍କୁଆଡ଼କୁ ସଜାଗ ରଖାଯାଇଛି ବୋଲି ଫରେଷ୍ଟର ଶ୍ରୀ ବେଶ୍ରା ପ୍ରକାଶ କରିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories