www.samajalive.in
Saturday, December 13, 2025
26.1 C
Bhubaneswar

ଭାରତରୁ ସୋୟାବିନ୍‍ କିଣିବ ଚୀନ୍‍

ମୁମ୍ବଇ: ଭାରତୀୟ ଉତ୍ପାଦ ସୋୟାବିନ୍‍ କ୍ରୟ କରିବାକୁ ଚୀନ ଆଗ୍ରହ ପ୍ରକାଶ କରିଛି। ଚୀନର ଚାହିଦାକୁ ଦୃଷ୍ଟି ଦେଲେ ଭାରତରେ ଉତ୍ପାଦିତ ୧୦ଗୁଣ ଅଧିକ ପରିମାଣର ସୋୟାବିନର ଆବଶ୍ୟକତା ଚୀନର ରହିଛି। ଏକ କୁଇଣ୍ଟାଲ ସୋୟା ମଞ୍ଜିରୁ ୧୮କେଜି ସୋୟା ତେଲ ଉତ୍ପାଦନ ହେଉଥିବାବେଳେ ୮୨କେଜି ସୋୟାବିନ୍‍ ନିର୍ମାଣ ହୋଇଥାଏ। ତେବେ ଚୀନର ଆବଶ୍ୟକତାକୁ ଦୃଷ୍ଟି ଦେଲେ ଆଗାମୀ ଦିନରେ ସୋୟାବିନ ତେଲ ଅପେକ୍ଷା ସୋୟାବିନର ମୂଲ୍ୟ ଅଧିକ ହେବାର ସମ୍ଭାବନା ରହିଛି।
ଭାରତରେ ସର୍ବାଧିକ ମହାରାଷ୍ଟ୍ରରେ ସୋୟା ଚାଷ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସୋୟାବିନର ଅଧିକ ଉତ୍ପାଦନ ଉପରେ ମହାରାଷ୍ଟ୍ର ସରକାର ଚାଷୀଙ୍କୁ ତାଲିମ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷରେ ଚୀନ ମଧ୍ୟ ଭାରତରେ ସୋୟାବିନ ଚାଷରେ ଟଙ୍କା ବିନିଯୋଗ କରିବାକୁ ଆଗ୍ରହୀ। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ସୋୟା ଚାଷୀଙ୍କ ଉପରେ ଏହାର ଭଲ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories