www.samajalive.in
Saturday, December 6, 2025
19.1 C
Bhubaneswar

ପେଟ୍ରୋଲ କିମ୍ବା ଡିଜେଲ ଭର୍ତ୍ତି କଲେ ମିଳୁଛି ମାଗଣା ଭୋଜନ ଓ ଚା’

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲର ବର୍ଦ୍ଧିତ ମୂଲ୍ୟକୁ ନେଇ ସମଗ୍ର ଦେଶରେ ରାଜନୀତି ସରଗରମ ରହିଛି। ଏପରିକ ଏକ୍ସସାଇଜ ଟିକସ ଓ ଭାଟକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ଟଣାଓଟରା ଲାଗି ରହିଛି। ଏସବୁ ସତ୍ତେ୍ୱ କିଛି ରାଜ୍ୟରେ ପେଟ୍ରୋଲ ବିକ୍ରି କରିବାକୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ମାଗଣା ଭୋଜନ ଓ ଚା’ ଦେଉଥିବା ନଜିରକୁ ଆସିଛି।
ଘଟଣା ଦୃଶ୍ୟମାନ ହେଉଛି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସୀମାନ୍ତ ଏକ ପେଟ୍ରୋଲ ପମ୍ପରେ। ମଧ୍ୟପ୍ରଦେଶରେ ଭାଟ ଲଗାଇବା ଦ୍ୱାରା ଏଠାରେ ମହାରାଷ୍ଟ୍ର ଅପେକ୍ଷା ପେଟ୍ରୋଲ ଡିଜେଲର ମୂଲ୍ୟ ଅଧିକ ରହିଛି। ଫଳରେ ଗାଡ଼ି ଚାଳକ ମଧ୍ୟପ୍ରଦେଶ ସୀମାରେ ପେଟ୍ରୋଲ, ଡିଜେଲ ପକାଇବା ଅପେକ୍ଷା ମହାରାଷ୍ଟ୍ରରେ ଭର୍ତ୍ତି କରିବା ଉଚିତ ମଣୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ପେଟ୍ରୋଲ ପମ୍ପ ମାଲିକ ପେଟ୍ରୋଲ ଡିଜେଲ ପକାଉଥିବା ଗ୍ରାହକଙ୍କୁ ଚା’ ଓ ଭୋଜନ ମାଗଣା ଦେବାର ସ୍କିମ ଆରମ୍ଭ କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories