www.samajalive.in
Friday, December 12, 2025
16.1 C
Bhubaneswar

ଉଦ୍ଧାର ସମୟରେ ଜୀବିତ ଥିଲେ ସିଡିଏସ ବିପିନ ରାୱତ; ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ଘଟିଥିଲା

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣା ଘଟିବା ପରେ ସିଡିଏସ ବିପିନ ରାୱତଙ୍କୁ ଯେତେବେଳେ ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ମଧ୍ୟରୁ ବାହାର କରାଗଲା, ସେତେବେଳେ ସେ ଜୀବିତ ଥିଲେ ବୋଲି କହିଛନ୍ତି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ । ସେ କହିଛନ୍ତି ଯେ, ବିପିନ ରାୱତଙ୍କୁ ହେଲିକପ୍ଟର ମଧ୍ୟରୁ କଢାଯିବା ସମୟରେ ସେ ନିଜ ନାମ କହିଥିଲେ । ତାଙ୍କ ବ୍ୟତୀତ ଅନ୍ୟଜଣଙ୍କୁ ମଧ୍ୟ ହେଲିକପ୍ଟର ମଧ୍ୟରୁ କଢାଯାଇଥିଲା ଏବଂ ସେ ହେଉଛନ୍ତି ଗ୍ରୁପ କ୍ୟାପଟେନ ବରୁଣ ସିଂହ । ବରୁଣ ଏବେ ମଧ୍ୟ ଜୀବିତ ଅଛନ୍ତି ଏବଂ ଗୁରୁତର ଅବସ୍ଥାରେ ହାସପାତାଳରେ ଚିକିତ୍ସିତ ହେଉଛନ୍ତି । ଅଗ୍ନିଶମ ବିଭାଗର କର୍ମଚାରୀ ଜଣକ କହିଛନ୍ତି ଯେ ହେଲିକପ୍ଟର ଧ୍ୱଂସାବଶେଷ ମଧ୍ୟରୁ ସିଡିଏସ ବିପିନ ରାୱତଙ୍କୁ ବାହାର କରାଯାଇ ଡାକ୍ତରଖାନା ନିଆଯିବା ସମୟରେ ବାଟରେ ତାଙ୍କର ପରଲୋକ ଘଟିଥିଲା । ସୂଚନାଯୋଗ୍ୟ ଯେ ଉକ୍ତ ଦୁର୍ଘଟଣାରେ ସିଡିଏସ ଶ୍ରୀ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ ଏସ ଲିଡର, ସିଡିଏସଙ୍କ ସାମରିକ ପରାମର୍ଶଦାତା ତଥା ଷ୍ଟାଫ ଅଫିସର ଲେଫ୍ଟନାଣ୍ଟ କଲୋନେଲ ହରଜିନ୍ଦର ସିଂହ, ୱିଙ୍ଗ କମାଣ୍ଡର ପି ଏସ ଚୌହାନ, ସ୍କାଡ୍ରନ ଲିଡର କେ ସିଂହ, ଜେଡବ୍ଲୁଓ ଦାସ, ଜେଡବ୍ଲୁଓ ପ୍ରଦୀପ ଏ, ହାବିଲଦାର ସତପାଲ, ନାଏକ ଗରୁସେବକ ସିଂହ, ନାଏକ ଜିତେନ୍ଦର ସିଂହ, ଲାନ୍ସ ନାଏକ ବିବେକ କୁମାର ଏବଂ ଲାନ୍ସ ନାଏକ ସାଇ ତେଜାଙ୍କର ପରଲୋକ ଘଟିଥିଲା । ଦୁର୍ଘଟଣାସ୍ଥଳ ନିକଟରେ ବାସ କରୁଥିବା ସ୍ଥାନୀୟ ଜଣେ ଅଧିବାସୀ କହିଛନ୍ତି ଯେ ଦୁର୍ଘଟଣାସ୍ଥଳରେ ସେ ୧୨ ଜଣଙ୍କର ମୃତଦେହ ଦେଖିଥିଲେ । ରବି ନାମକ ଏହି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ଏକ ବିରାଟ ଶବ୍ଦ ଶୁଣିବା ସହିତ ଦେଖିଥିଲେ ଯେ ଜଳୁଥିବା ଏକ ହେଲିକପ୍ଟର ତଳକୁ ଖସୁଛି । ସଙ୍ଗେସଙ୍ଗେ ସେ ନିକଟସ୍ଥ କିଛି ଅଧିବାସୀଙ୍କ ସହିତ ଦୁର୍ଘଟଣାସ୍ଥଳକୁ ଯାଇ ପହଞ୍ଚିବାପରେ ସେଠାରେ ପୋଡିଯାଇଥିବା ୧୨ଟି ମୃତଦେହ ଦେଖିଥିଲେ । ସେମାନେ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ, ତେବେ ସେମାନେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories