www.samajalive.in
Wednesday, December 10, 2025
26.1 C
Bhubaneswar

ଏକଦିବସୀୟ ଅଧିନାୟକ ପଦ ଛାଡିବାକୁ କୋହଲିଙ୍କୁ ୪୮ ଘଣ୍ଟା ଦିଆଯାଇଥିଲା

ମୁମ୍ବଇ: ଭାରତୀୟ ଏକଦିବସୀୟ କ୍ରିକେଟ ଦଳର ଅଧିନାୟକ ପଦ ଛାଡିବାକୁ ବିରାଟ କୋହଲିଙ୍କୁ ୪୮ ଘଣ୍ଟା ସମୟ ଦିଆଯାଇଥିଲା । ତାହାପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କୋହଲିଙ୍କୁ ହଟାଇ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଏକଦିବସୀୟ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ବୋର୍ଡ ପକ୍ଷରୁ କୋହଲିଙ୍କୁ ସ୍ୱେଚ୍ଛାକୃତ ଭାବରେ ଏହି ପଦ ଛାଡିବାକୁ ୪୮ ଘଣ୍ଟା ଦିଆଯାଇଥିଲା । ବିସିସିଆଇ ବୁଧବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କୋହଲିଙ୍କ ସ୍ଥାନରେ ରୋହିତଙ୍କୁ ନିଯୁକ୍ତ କରିବା ସହିତ ରୋହିତଙ୍କୁ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଉପ ଅଧିନାୟକ ଭାବରେ ନିଯୁକ୍ତ କରିଛି । ଅଜିଙ୍କ୍ୟ ରାହଣେଙ୍କ ସ୍ଥାନରେ ତାଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି । କୋହଲି ଟେଷ୍ଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ । ସୂଚନାଯୋଗ୍ୟ ଯେ ଏକଦିବସୀୟ କ୍ରିକେଟ ଦଳର ଅଧିନାୟକ ପଦକୁ ନେଇ ଦୀର୍ଘଦିନ ଧରି ଆଲୋଚନା ସମାଲୋଚନା ଚାଲିଆସୁଥିଲା । କୋହଲି ଟି୨୦ କ୍ରିକେଟ ଦଳର ଅଧିନାୟକ ପଦ ଛାଡିବାକୁ ଘୋଷଣା କରିବା ପରଠାରୁ ଏଭଳି ଆଲୋଚନା ଚାଲିବା ସହିତ ସେ ଏକଦିବସୀୟ ଦଳର ଅଧିନାୟକ ରହିବା ନେଇ ଅନେକ ପ୍ରଶ୍ନ ଉଠାଇଥିଲେ ।

ସୀମିତ ଓଭର ମ୍ୟାଚନରେ ଦୁଇଜଣ ଅଧିନାୟକ ରହିବା ଘଟଣାକୁ ଅନେକ ସହଜରେ ଗ୍ରହଣ କରିପାରିନଥିଲେ । ଜଣାଯାଇଛି ଯେ କୋହଲିଙ୍କୁ ୪୮ ଘଣ୍ଟା ସମୟ ଦିଆଯାଇଥିଲେ ମଧ୍ୟ ସେ ସ୍ୱେଚ୍ଛାକୃତ ଭାବରେ ଏକଦିବସୀୟ ଦଳର ଅଧିନାୟକ ପଦ ଛାଡିନଥିଲେ । ତାହାପରେ ବିସିସିଆଇ ପକ୍ଷରୁ ନିଜଆଡୁ ରୋହିତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିବା ବିଷୟ ଘୋଷଣା କରାଯାଇଥିଲା । ସଂପ୍ରତି ରୋହିତଙ୍କୁ ଏକଦିବସୀୟ ଏବଂ ଟି୨୦ ମ୍ୟାଚଗୁଡିକ ନିମନ୍ତେ ଅଧିନାୟକ ଭାବରେ ନିଯୁକ୍ତ କରି ବିସିସିଆଇ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଢାଞ୍ଚାକୁ ଆପଣେଇଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories