www.samajalive.in
Wednesday, December 10, 2025
26.1 C
Bhubaneswar

ରାଜ୍ୟରେ ଚିହ୍ନଟ ହେଲେ ୧୯୫ ଆକ୍ରାନ୍ତ; ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୧୯୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୧୫ ଓ ସ୍ଥାନୀୟ ସଂକ୍ରମିତ ୮୦ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୨୪ ଜଣ ଅଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ୩, ବାଲେଶ୍ୱର ୨, ବରଗଡ ୨, ବଲାଙ୍ଗିର ୧, କଟକ ୧୧, ଢେଙ୍କାନାଳ ୫, ଗଜପତି ୧, ଯାଜପୁର ୫, ଝାରସୁଗୁଡା ୨ ଓ କେନ୍ଦ୍ରାପଡାରୁ ୨ ଜଣ ରହିଛନ୍ତି । ଖୋର୍ଦ୍ଧାରେ ୯୯, ମୟୁରଭଞ୍ଜ ୧୩, ନୟାଗଡ ୨, ପୁରୀ ୪, ରାୟଗଡା ୧, ସମ୍ବଲପୁର ୮, ସୋନପୁର ୧, ସୁନ୍ଦରଗଡ ୧୧ ଓ ଷ୍ଟେଟପୁଲରୁ ୨୩ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୨୬୪ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ସଂପ୍ରତି ୨୦୭୧ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାର ୭୦ ବର୍ଷ ବୟସ୍କା ଜଣେ ମହିଳା ଏବଂ କେନ୍ଦ୍ରାପଡା ଜିଲାର ୮୬ ବର୍ଷ ବୟସ୍କ ପୁରୁଷ ଥିବା ଜଣାଯାଇଛି ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories