www.samajalive.in
Monday, December 8, 2025
24.1 C
Bhubaneswar

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ବାୟୁସେନାଧିକାରୀଙ୍କ ପରଲୋକ

ଭୁବନେଶ୍ୱର: ତାମିଲନାଡୁର କୁନ୍ନୁରରେ ଗତ ବୁଧବାର ଘଟିଥିବା ମର୍ମନ୍ତୁଦ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପରଲୋକ ଘଟିଥିବା ସିଡିଏସ ବିପିନ ରାୱତ ଏବଂ ଅନ୍ୟ ୧୨ ଜଣଙ୍କ ମଧ୍ୟରେ ଓଡ଼ିଆ ବାୟୁସେନାଧିକାରୀ ରାଣାପ୍ରତାପ ଦାସ ଥିବା ଜଣାଯାଇଛି । ରାଣାପ୍ରତାପ ଜୁନିୟର ୱାରେଣ୍ଟ ଅଫିସର ଭାବରେ ବାୟୁସେନାରେ ଗତ ୧୨ ବର୍ଷ ଧରି କାର୍ଯ୍ୟ କରୁଥିଲେ । ତାଙ୍କ ଘର ତାଳଚେରର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ବୋଲି ଜଣାଯାଇଛି । ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ୍‍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଣାପ୍ରତାପ ଅତ୍ୟନ୍ତ ବିନମ୍ର ବ୍ୟକ୍ତିଥିଲେ ଏବଂ ସେ ଅସୀମ ସାହସ, ପ୍ରତିବଦ୍ଧତା ତଥା କର୍ତ୍ତବ୍ୟନିଷ୍ଠ ଭାବରେ ଦେଶର ସେବା କରୁଥିଲେ । ତାଙ୍କ ବିୟୋଗରେ ଦେଶ ଜଣେ ବୀର ବାୟୁସେନା ଅଧିକାରୀଙ୍କୁ ହରାଇଲା । ଓଡ଼ିଶା ମଧ୍ୟ ତାହାର ଜଣେ ସାହସୀ ପୁଅକୁ ହରାଇଲା ବୋଲି ଧର୍ମେନ୍ଦ୍ର କହିଛନ୍ତି । ତାଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶ୍ରୀ ପ୍ରଧାନ ରାଣାପ୍ରତାପଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓଡ଼ିଆ ପୁଅ ରାଣାପ୍ରତାପଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ଏକ ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories