www.samajalive.in
Friday, December 12, 2025
27.1 C
Bhubaneswar

ଗୁରୁବାର ରାଶିଫଳ (୦୯/୧୨/୨୦୨୧)

ମେଷ : ଶ୍ରମର ମୂଲ୍ୟାଙ୍କନ ହୋଇପାରେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହେବ। ପ୍ରବଳ ପ୍ରତାପୀ ହେବେ। ଦୃଢ଼ ପୌରୁଷର ଅଧିକାରୀ ହେବେ। ଦ୍ବିଜାନୁରକ୍ତ ହୋଇପାରନ୍ତି।

ବୃଷ : ଭ୍ରମଣ ଶୁଭପ୍ରଦ ହେବ। ଦାନକୁ ବ୍ରତଭାବେ ଗ୍ରହଣ କରିପାରନ୍ତି। ସନ୍ମାର୍ଗୀ ହେବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଗୋ-ଦାନ ପୂର୍ବକ ପୁଣ୍ୟ ଅର୍ଜନ କରିପାରନ୍ତି।

ମିଥୁନ : ଭ୍ରମଣ ବ୍ୟର୍ଥ ହୋଇପାରେ। ସରକାରଙ୍କ କୃପାରୁ ବଞ୍ଚିତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଚୋର ଭୟ ଅଛି। ଚିତ୍ତ ଅସ୍ଥିର ରହିବ। ପରାମର୍ଶଦାତା ହେବେ। ସକଳ ଶାସ୍ତ୍ର ବିଶାରଦ ହେବେ।

କର୍କଟ : ମିତ୍ରଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରୁ ସମ୍ମାନ ମିଳିପାରେ। ବସ୍ତ୍ର, କାଞ୍ଚନ ଓ ଚତୁଷ୍ପଦ ଲାଭର ସୂଚନା ମିଳୁଛି। ସର୍ବତ୍ର ସୁଖ, ବିଜୟ ଓ ମାନସିକ ଅଶାନ୍ତି ଦୂର ହୋଇପାରେ।

ସିଂହ : ଅଜାତ ଶତ୍ରୁ ହୋଇପାରନ୍ତି। ସନ୍ତାନସନ୍ତତି ଲାଭର ସୂଚନା ମିଳୁଛି। ଦାନଶୀଳ ହେବେ। ଉପଭୋକ୍ତା ହୋଇପାରନ୍ତି। ଗୁଣବାନ୍‌ ହେବେ। ଧନୀ ଓ ମାନୀ ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ।

କନ୍ୟା : ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ମଣ୍ଡିତ ହୋଇପାରନ୍ତି। ସତ୍‌ମାର୍ଗରେ ଜୀବନଶୈଳୀ ପ୍ରବାହିତ ହେବ। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ। ଧର୍ମ ଧ୍ବଜାଧାରୀ ହୋଇପାରନ୍ତି।

ତୁଳା : ଉତ୍ତମ ମିତ୍ରମାନଙ୍କଠାରୁ ସହାୟତା ମିଳିବ। ପୁତ୍ର ସୁଖ ମିଳିପାରେ। ମନ୍ତ୍ରଶାସ୍ତ୍ର ଆୟତ୍ତ କରି ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନଲାଭ ସହିତ ଯାନ-ବାହନ ସୁଖ ମିଳିବ। ବାକ୍ୟପଟୁ ହେବେ।

ବିଛା : ସାଧୁସେବା ନିରତ ହୋଇପାରନ୍ତି। ପ୍ରମାଦହୀନ ହେବେ। ନିରୀହ ସ୍ବଭାବର ହେବେ। ବହୁମିତ୍ରଙ୍କ ସହାୟତା ମିଳିବ। ପରଧନରେ ଧନୀ ହୋଇପାରନ୍ତି। ଧନଶାଳୀ ହେବେ। ବହୁଭାଷୀ ହେବେ।

ଧନୁ :  ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟ ସୁଖ ଓ କର୍ମଚଞ୍ଚଳ ରହିବେ। ରାଜପୂଜ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ।

ମକର : ଯେ କୌଣସି ସୂତ୍ରରୁ ଧନ ଆହରଣ କରିପାରନ୍ତି । ହର୍ଷଯୁକ୍ତ, ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ମଣି-ମୁକ୍ତାର ଅଧିକାରୀ ହେବେ। ମାତ୍ର ବୃଦ୍ଧ ହୋଇଥିଲେ ଧନହୀନ ହେବେ।

କୁମ୍ଭ : ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ଶ୍ରେଷ୍ଠ ବଂଶୋଦ୍‌ଭବ ଭାବେ ନିଜର କାର୍ଯ୍ୟଶୈଳୀକୁ ଆଦର୍ଶବାଦୀ କରାଇପାରନ୍ତି। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି।

ମୀନ : ଶ୍ରମ ସାର୍ଥକ ହେବ। ନାନା ସୁଖର ଅଧିକାରୀ ହେବେ। ବିଶାଳ ଯଶ ଅର୍ଜନ କରିପାରନ୍ତି। ଦାନଧର୍ମକୁ ଶ୍ରେୟ ମଣିବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ବିଭିନ୍ନ ସୂତ୍ରରୁ ଧନାଗମ ହେବ। 

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories