www.samajalive.in
Friday, December 12, 2025
26.1 C
Bhubaneswar

ମାହାଙ୍ଗା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ହତ୍ୟା ମାମଲା : ଥାନା ଅଧିକାରୀଙ୍କ ପୁନଃ ଆବେଦନ ଅଗ୍ରାହ୍ୟ

ସାଲେପୁର : ମାହାଙ୍ଗାର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କୁଳମଣି ବରାଳ ଓ ସାଥୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ସାଲେପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍‌ଏଫସି) ଅଦାଲତ ​ଦେଇଥିବା ନିର୍ଦେଶ ବିରୋଧରେ ସାଲେପୁର ଅତିରିକ୍ତ ଜିଲା ଦୌରା ବିଚାରପତି ଅଦାଲତରେ ଆଗତ ଦୁଇଟି ପୁନଃ ଆବେଦନ ବୁଧବାର ଅଗ୍ରାହ୍ୟ ହୋଇଯାଇଛି।
ସାଲେପୁର ଜେଏମଏଫସିଙ୍କ ୧୫ ଅଗଷ୍ଟ ଓ ନଭେମ୍ବର ୧୮ର ନିର୍ଦେଶ ବିରୋଧରେ ସରକାର ଦାୟର କରିଥିବା ଦୁଇ ପୁନଃ ଆବେଦନ ଗ୍ରହଣୀୟ ନୁହେଁ ବୋଲି ସାଲେପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ବୁଧବାର ରାୟ ଦେଇଛନ୍ତି। ଏଥିସହିତ ସାଲେପୁର ଜେଏମ୍‌ଏଫସି ଅଦାଲତଙ୍କ ନିର୍ଦେଶ ବିରୋଧରେ ସରକାରଙ୍କ ତରଫରୁ ଦାୟର ଏହି ଦୁଇ ଆବେଦନର ଶୁଣାଣିରେ ମଧ୍ୟ ଅତିରିକ୍ତ ଦୌରା ଜଜ୍‌ ଅଦାଲତ ଅନ୍ତ ଘଟାଇଛନ୍ତି। ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ, ‌କେତେକ ଘଟଣା ସମ୍ପର୍କିତ ନଥିପତ୍ର ସଂଗ୍ରହ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଜେଏମଏଫସି ଅଦାଲତ ନିର୍ଦେଶ ଦେଇଥିଲେ। ଏହାଦ୍ବାରା ଜଣେ ପୁଲିସ ଅଧିକାରୀଙ୍କ କିଭଳି ଭାବେ ଅଧିକାର ପ୍ରଭାବିତ ହୋଇଛି ସେ ନେଇ ହୃଦବୋଧ କରାଇବାରେ ଆବେଦନକାରୀ ବିଫଳ ହୋଇଛନ୍ତି। ତଦନ୍ତକାରୀ ଅଧିକାରୀ ଏହି ମାମଲାରେ ଏକ ପକ୍ଷ ହୋଇ ନ ଥିବା ବେଳେ ପୁନଃ ଆବେଦନ (ରିଭିଜନ୍‌ ପିଟିସନ୍‌) ଦାଖଲ କରିଥିଲେ। ତୃତୀୟ ପକ୍ଷ ରିଭିଜନ ଦାଖଲ କରିପାରିବେ; କିନ୍ତୁ ସଂପୃକ୍ତ ପକ୍ଷଙ୍କୁ ତାଙ୍କ ଅଧିକା‌ର ମୌଳିକ ଭାବେ ପ୍ରଭାବିତ ହୋଇଛି ବୋଲି ପ୍ରମାଣିତ କରିବାକୁ ପଡିବ ବୋଲି ଅଦାଲତ କହିଛନ୍ତି। ଏହି ରିଭିଜନରେ ଏଭଳି କୌଣସି ପ୍ରସଙ୍ଗ ଉଲ୍ଲେଖ କରାଯାଇନାହିଁ। ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଧାରା ୩୯୭(୨)ରେ ରହିଥିବା ବ୍ୟବସ୍ଥା ଅନୁସାରେ ଏପରି ପୁନଃ ଆବେଦନ ଗ୍ରହଣୀୟ ନୁହେଁ ବୋଲି ଅଦାଲତ ମତ ଦେଇଛନ୍ତି। ଯଦି ଜେଏମଏଫସି ଅଦାଲତ ନିର୍ଦ୍ଦେଶ ଦ୍ବାରା ଆବେଦନକାରୀ ଅସନ୍ତୁଷ୍ଟ, ତେବେ ସେ ଆଇନ ଅନୁସାରେ ଉପଯୁକ୍ତ ଅଦାଲତଙ୍କ ଆଶ୍ରୟ ନେଇପାରିବେ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଏଥିସହିତ ସାଲେପୁର ଜେଏମଏଫସି ଅଦାଲତଙ୍କ ନିର୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି ପାଇଁ ଦାୟର ଅନ୍ତରୀଣ ଆବେଦନର ଶୁଣାଣିରେ ମଧ୍ୟ ଅତିରିକ୍ତ ଦୌରା ଅଦାଲତ ଅନ୍ତ ଘଟାଇଛନ୍ତି।
୨୦୨୧, ଅଗଷ୍ଟ ୨୫ରେ ସାଲେପୁର ଜେଏମଏଫସି ଅଦାଲତ ରମାକାନ୍ତ ବରାଳଙ୍କ ପ୍ରୋଟେଷ୍ଟ ପିଟିସନ (ବିରୋଧ ଆବେଦନ)ର ଶୁଣାଣି କରି ଅଧିକ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସି ତଥା ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ପୁଲିସ ଅଗଷ୍ଟ ୨୫ ନିର୍ଦେଶ ପାଳନ କରି ନ ଥିବା ବେଳେ ବାପି ବିଶ୍ବାଳ, ଶରତ ନାୟକ ଓ ପ୍ରାଣ ହରାଇଥିବା ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ କଲ୍‌ ତଥ୍ୟ (ସିଡିଆର୍) ସଂଗ୍ରହ କରି ରିପୋର୍ଟ ଦାଖଲ କରିବାକୁ ଜେଏମଏଫସି ଅଦାଲତ ଗତ ନଭେମ୍ବର ୧୮ରେ ତଦନ୍ତକାରୀ ଅଧିକାରୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କୁ ନିର୍ଦେଶ ଦେଇଥିଲେ। ଏପରିକି ପରେ ସେ ଏହା ଦାଖଲ କରି ନଥିବାରୁ ଆସନ୍ତା ୧୦ ତାରିଖରେ ମଧ୍ୟ ବ୍ୟକ୍ତିଗତ ହାଜର ପାଇଁ ଗତ ୪ ତାରିଖରେ ଜେଏଫଏମ୍‌ସି ଅଦାଲତ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶ ଦିନ ହିଁ ଥାନାଧିକାରୀଙ୍କ ପକ୍ଷରୁ ସାଲେପୁର ଅତିରିକ୍ତ ଜିଲା ଦୌରା ଜଜ୍‌ଙ୍କ ଅଦାଲତରେ ପୁନଃ ଆବେଦନ(ରିଭିଜନ୍‌ ପିଟିସନ୍‌) ଦାଖଲ କରାଯାଇଥିଲା।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories