www.samajalive.in
Saturday, December 13, 2025
18.1 C
Bhubaneswar

ରୁଷକୁ ବାଇଡେନଙ୍କ ଚେତାବନୀ- ୟୁକ୍ରେନ ଉପରେ ଆକ୍ରମଣ କଲେ କଠୋର ଅର୍ଥନୈତିକ କଟକଣା ଲାଗିବ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଅନୁଷ୍ଠିତ ହୋଇଛି। ଏହା ପ୍ରାୟ ଦୁଇଘଣ୍ଟା ଧରି ଚାଲିଥିଲା। ଏହି ଅବସରରେ ବାଇଡେନ ରୁଷକୁ ଚେତାବନୀ ଦେଇ କହିଥିଲେ ଯେ ଉକ୍ତ ରାଷ୍ଟ୍ର ୟୁକ୍ରେନ ଉପରେ ଆକ୍ରମଣ କଲେ ପାଶ୍ୱାତ୍ୟ ରାଷ୍ଟ୍ରସମୂହ ପକ୍ଷରୁ ରୁଷ ବିରୁଦ୍ଧରେ କଠୋର ଅର୍ଥନୈତିକ କଟକଣା ଲାଗୁ କରାଯିବ। ସୂଚନାଯୋଗ୍ୟ ଯେ ୟୁକ୍ରେନ ସୀମାନ୍ତରେ ରୁଷ ପକ୍ଷରୁ ୧ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ କରାଯିବା ସହିତ ବହୁ ସଂଖ୍ୟାରେ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ସଜ୍ଜିତ କରି ରଖାଯାଇଛି। ଏହାକୁ ନେଇ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିବା କୁହାଯାଉଛି। ଯଦି ରୁଷ ନିଜ ନିଷ୍ପତ୍ତିରେ ଅଟଳ ରହି ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧକରେ ତେବେ ସମୁଦାୟ ପାଶ୍ଚାତ୍ୟ ରାଷ୍ଟ୍ର ରୁଷ ବିରୁଦ୍ଧରେ କଠୋର ଅର୍ଥନୈତିକ ପଦକ୍ଷେପ ଗ୍ରହଣ କରିବେ। ଇତିମଧ୍ୟରେ ୟୁକ୍ରେନ ସରକାର ରୁଷକୁ ଚେତାବନୀ ଦେଇ କହିଛନ୍ତି ଯେ ଏହା ଆକ୍ରମଣ କଲେ ତାହାର ପ୍ରତିଜବାବ ଦିଆଯିବ ଏବଂ ଆମେରିକା ଏବଂ ନାଟୋ ରାଷ୍ଟ୍ରଗୁଡିକ ୟୁକ୍ରେନ ସହିତ ସାମରିକ ସହଯୋଗ ଜାରି ରଖିବାକୁ ମଧ୍ୟ ୟୁକ୍ରେନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ବାଇଡେନଙ୍କ ସହିତ ବୈଠକ କାଳରେ ରୁଷ ସୈନ୍ୟମାନେ ୟୁକ୍ରେନ ଉପରେ ଆକ୍ରମଣ ଯୋଜନା କରିନଥିବା କହିଛନ୍ତି ରାଷ୍ଟ୍ରପତି ପୁତିନ। ବୈଠକ କାଳରେ ବାଇଡେନ ସ୍ପଷ୍ଟ କରିଦେଇଥିଲେ ଯେ ୟୁକ୍ରେନ ଉପରେ ଆକ୍ରମଣ ହେଲେ ଆମେରିକା ଏବଂ ତାହାର ମିତ୍ର ରାଷ୍ଟ୍ରଗୁଡିକ ମଧ୍ୟ ଏହାର ଜବାବ ଦେବେ। ଅନ୍ୟପକ୍ଷରେ ୟୁକ୍ରେନରେ ଉତ୍ତେନଜା ସୃଷ୍ଟି ପାଇଁ ପୁତିନ ନାଟୋକୁ ଦାୟୀ କରୁଥିବା କ୍ରେମଲିନ ପକ୍ଷରୁ କୁହାଯାଇଛି। ବୈଠକ କାଳରେ ବାଇଡେନ ହ୍ୱାଇଟ ହାଉସର ସିଚୁଏସନ ପ୍ରକୋଷ୍ଠରେ ବସିଥିବାବେଳେ ପୁତିନ ସୋଚିସ୍ଥିତ ନିଜର ରିସର୍ଟ ବାସଭବନରେ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories