www.samajalive.in
Sunday, December 14, 2025
15.1 C
Bhubaneswar

ଦିଲ୍ଲୀ ଡାକ୍ତରଖାନାରେ ଭର୍ତ୍ତିହେଲେ ଆଉ ୩ ବିଦେଶ ଫେରନ୍ତା

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ଆଉ ୩ ଜଣ ବିଦେଶ ଫେରନ୍ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ ସରକାରୀ ପରିଚାଳିତ ଏହି ଡାକ୍ତରଖାନାରେ କୋଭିଡ-୧୯ର ନୂଆ ପ୍ରକରଣ ଓମିକ୍ରନରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏହି ଡାକ୍ତରଖାନାରେ ସଂପ୍ରତି ୩୦ ଜଣଙ୍କୁ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫ ଜଣ ସନ୍ଦିଗ୍ଧ ବ୍ୟକ୍ତି ଅଛନ୍ତି । ଓମିକ୍ରନ ପ୍ରକରଣ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ପରିପ୍ରେକ୍ଷୀରେ ବିଶ୍ୱର ଅନେକ ରାଷ୍ଟ୍ର ବିପଦ ଥିବା ରାଷ୍ଟ୍ରରୁ ଲୋକଙ୍କ ଆସିବା ଉପରେ କଟକଣା ସହିତ ଟିକା ନେଇନଥିବା ଲୋକଙ୍କ ନିମନ୍ତେ କଟକଣା ଭଳି ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ଇତିମଧ୍ୟରେ ଇଟାଲି ସରକାର ଟିକା ନେଇନଥିବା ଲୋକଙ୍କ ପାଇଁ କଠୋର ସର୍ତ୍ତ ବ୍ୟବସ୍ଥା କରିଛନ୍ତି । କୋରାନା ମହାମାରୀ ମୁକାବିଲା କରିବାକୁ ଏହି ଦେଶ ସରକାର ସୁପର ଗ୍ରୀନ ପାସ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହି ଯୋଗ୍ୟତା ହାସଲ କରିବାକୁ ହେଲେ ଇଟାଲି ନାଗରିକମାନେ ପୂର୍ଣ୍ଣ ମାତ୍ରା ଟିକା ନେବାକୁ ହେବ । ନୂଆ ଆଇନ ଅନୁଯାୟୀ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଥିଏଟର, ମଲ, କ୍ରୀଡା କାର୍ଯ୍ୟକ୍ରମ ସ୍ଥଳକୁ ପ୍ରବେଶ ଅନୁମତି ମିଳିବ ନାହିଁ ।
ଇତିମଧଧ୍ୟରେ ଭାରତ ସରକାର ଓମିକ୍ରନ ପ୍ରକରଣ ଏବଂ କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡା.ଭାରତୀ ପ୍ରବୀଣ ପୱାର ରାଜ୍ୟସଭାରେ ମଙ୍ଗଳବାର ଦିନ ପ୍ରକାଶ କରି କହିଛନ୍ତି ଯେ ନମୁନା ପରୀକ୍ଷା, ରୋଗୀଙ୍କର ଖବର ରଖିବା ଏବଂ ସେମାନଙ୍କର ଉପଯୁକ୍ତ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିସହିତ ଦେଶବାସୀ କୋଭିଡ କଟକଣାକୁ ପୂର୍ଣ୍ଣ ଭାବରେ ପାଳନ କରିବା ଏବଂ ଟିକା ନେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । କୋଭିଡ ମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସାମର୍ଥ୍ୟ ବୃଦ୍ଧି ଦିଗରେ କେନ୍ଦ୍ର ସରକାର ଲଗାତର ଉଦ୍ୟମ କରୁଥିବା ସେ କହିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର କୋଭିଡ-୧୯ ମହାମାରୀକୁ ରୋକିବା ସକାଶେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ପରିଚାଳନା ପାଇଁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୧୧୧୩.୨୧ କୋଟି ଟଙ୍କା ପ୍ରଦାନ କରିଥିଲେ । ୨୦୨୦-୨୧ରେ ଏହି ଅର୍ଥ ପରିମାଣ ୮୨୫୭.୮୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories