www.samajalive.in
Wednesday, December 10, 2025
15.1 C
Bhubaneswar

ଶିକ୍ଷାନୁଷ୍ଠାନରେ ବିଜେପିର ସଭା ସମିତି କରିବା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ରେଙ୍ଗାଲିକେମ୍ପ  : ପବିତ୍ର ଶିକ୍ଷାନୁଷ୍ଠାନ ରେ ବିଜେପି ର ଦଳୀୟ କର୍ମକର୍ତ୍ତା ମାନେ ସଭା ସମିତି କରିବା ନେଇ ଅତାବିରା ବିଜେଡି ର ଦଳୀୟ କର୍ମକର୍ତ୍ତା ମାନେ ତୀବ୍ର ନିନ୍ଦା କରି ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ କାର୍ତ୍ତିକ ବାଗ,ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବରଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ପ୍ରକାଶ ଥାଉକି ଅତାବିରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଜେପି ର କିଛି କର୍ମକର୍ତ୍ତା ମାନେ ସଭା ସମିତି ମାନ କରୁଛନ୍ତି ।ଯାହା ସରକାରଙ୍କ ଗାଇଡ ଲାଇନ ବାହାରେ ରହୁଛି। ଛାତ୍ର ଛାତ୍ରୀ ମାନଙ୍କ ପାଠପଢ। ରେ ବାଧା ସୃଷ୍ଟି ହେଉଥିବା ତଥା ବିଦ୍ୟାଳୟ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୧୦/୧୧ ମସିହାରେ ସରକାର ଏକ ଗାଇଡ ଲାଇନ୍ ପ୍ରସ୍ତୁତ କରିଥିଲେ,ଯେଉଁଥିରେ ଶିକ୍ଷାନୁଷ୍ଠାନ ଗୁଡିକରେ କୌଣସି ରାଜନୈତିକ ସଭା ସମିତି ବା ଅଣ ଆନୁଷ୍ଠାନିକ କାର୍ଯ୍ୟକ୍ରମ କରାଯିବା ଆଇନ୍ ବିରୋଧୀ ବୋଲି ସରକାରଙ୍କ ଉକ୍ତ ଗାଇଡ ଲାଇନ୍ ପ୍ରକାଶ ପାଇଥିଲା।କିନ୍ତୁ ସରକାରଙ୍କ ସେହି ନିୟମକୁ ଉଲ୍ଲଂଘନ କରି ବିଜେପି ପବିତ୍ର ଶିକ୍ଷାନୁଷ୍ଠାନରେ ତାର ସଭା ସମିତି କରିଥିବା ନେଇ ବିଜେଡି ଦୃଢ଼ ବିରୋଧ କରି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଉଚ୍ଚ ପଦକ୍ଷେପ ନେବା ପାଇଁ ଅତାବିରା ବିଜେଡି ଦଳୀୟ କର୍ମୀମାନେ ଦାବି କରିଛନ୍ତି।ଏହି ଦାବି ପତ୍ର ପ୍ରଦାନ ବେଳେ ବିଜେଡି ଏନ୍ ଏ ସି ସଭାପତି ଯତୀନ କୁମାର ଦାଶ,ଏନ୍ ଏ ସି ଯୁବ ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା, ସମ୍ପାଦକ ସତ୍ୟନାରାୟଣ ମିଶ୍ର, କୃଷ୍ନଦେବ ମହାକୁର,ବଳରାମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଯଦି ଏହା ଉପରେ କୌଣସି ଦୃଢ଼ ପଦକ୍ଷେପ ନିଆ ନ ଯିବ ତା ହେଲେ ଆଗାମୀ ଦିନରେ ପରିସ୍ଥିତି ଜଟିଳ ହେବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିବା ଜଣାପଡ଼ିଛି । ତେବେ ପବିତ୍ର ଶିକ୍ଷାନୁଷ୍ଠାନ ରେ ରାଜନୈତିକ ଦଳ କିଭଳି ଭାବରେ ସଭା ସମିତି କରିଛି,ତେବେ ଦେଖାଯାଉ ଏ ଉପରେ ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ କଣ୍  ପଦକ୍ଷେପ ନେଉଛି ?ତାହା ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଥିବା ଜଣାପଡୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories