www.samajalive.in
Saturday, December 13, 2025
26.1 C
Bhubaneswar

ବିହାରରେ କୋଭିଡ ନମୁନା ପରୀକ୍ଷଣରେ ଜାଲିଆତି: ତାଲିକାରେ ରହିଛି ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ ଓ ପ୍ରିୟଙ୍କା ଚୋପ୍ରାଙ୍କ ନାମ

ପାଟନା: ବିହାରରେ କୋଭିଡ ତଥ୍ୟକୁ ନେଇ କିଭଳି ବ୍ୟାପକ ଜାଲିଆତି କରାଯାଉଛି ତାହାର ଏକ ନମୁନା ନିକଟରେ ଦେଖିବାକୁ ମିଳିଛି। ବିହାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ନମୁନା ପରୀକ୍ଷା କରାଯାଇଥିବା ବ୍ୟକ୍ତିମାନଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରଭୃତିଙ୍କ ନାମ ରହିଥିବା ଦେଖିବାକୁ ମିଳିଛି। ସେମାନେ କାର୍ପିସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ନମୁନା ପରୀକ୍ଷା କରାଇଥିବା ମଧ୍ୟ ଉଲ୍ଲେଖ କରାଯାଇଛି। ବିହାରର ଆରୱାଲ ଜିଲାରେ ଏଭଳି ଜାଲିଆତି ସର୍ବସମ୍ମୁଖକୁ ଆସିବାପରେ ବିହାର ସରକାରଙ୍କ ଦ୍ୱାରା କୋଭିଡ ପରିଚାଳନା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଅବଶ୍ୟ ଏହି ଘଟଣା ସମ୍ପର୍କରେ ସରକାର ତଦନ୍ତାଦେଶ ଦେଇଛନ୍ତି। ଆରୱାଲ ଜିଲା ମାଜିଷ୍ଟ୍ରେଟ ଜେ ପ୍ରିୟଦର୍ଶିନୀ କହିଛନ୍ତି, କିଏ ଡାଟା ଏଣ୍ଟ୍ରି କରିଥିଲେ ଏବଂ କିଏ କୋଭିଡ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ, ସେ ସମ୍ପର୍କରେ ଟିକିନିଖି ତଦନ୍ତ କରାଯିବ। ଘଟଣା ସମ୍ପର୍କରେ ଏତଲା ମଧ୍ୟ ଦିଆଯିବ। ଏହା ଅତ୍ୟନ୍ତ ଗୁରୁତର ଘଟଣା ବୋଲି ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories