www.samajalive.in
Saturday, December 13, 2025
26.1 C
Bhubaneswar

ଆଜି ମଧ୍ୟ ବିଧାନସଭା ୪ଟା ପର୍ଯ୍ୟନ୍ତ ମୁଲତବୀ; କ୍ରମାଗତ ଷଷ୍ଠ ଦିନ ପାଇଁ ଗୃହରେ ଅଚଳାବସ୍ଥା ଜାରି

ଭୁବନେଶ୍ୱର: ମମିତା ହତ୍ୟାକାଣ୍ଡକୁ ନେଇ ଓଡ଼ିଶା ବିଧାନସଭା ଶୀତ ଅଧିବେଶନରେ ଅଚଳାବସ୍ଥା ଲାଗି ରହିଛି। ଆଜି ମଧ୍ୟ କଂଗ୍ରେସ ବିଧାୟକମାନେ ହୋ ହଲ୍ଲା କରିବା ସହିତ ପ୍ଲାକାର୍ଡ ପ୍ରଦର୍ଶନ କରି ଗୃହକାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବାରୁ ବାଚସ୍ପତି ଗୃହକାର୍ଯ୍ୟ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆଜିକୁ ମିଶାଇ ଲଗାତର ୬ ଦିନ ହେଲା ଗୃହ ସ୍ୱାଭାବିକ ଭାବରେ ଚାଲିପାରୁନାହିଁ। ଆଜିଠାରୁ ଅତିରିକ୍ତ ବଜେଟ ଖର୍ଚ୍ଚଦାବି ଉପରେ ଆଲୋଚନା ସହିତ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନୋତ୍ତର ମଧ୍ୟ ରହିଥିଲା। କିନ୍ତୁ ସକାଳେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ପୋଷ୍ଟର ଓ ପ୍ଲାକାର୍ଡ ଧରି ହୋ ହଲ୍ଲା ଆରମ୍ଭ କରିଦେଇଥିଲେ। ଏପରିକି ସେମାନେ ବାଚସ୍ପତିଙ୍କ ଆସନ ପଛପଟେ ଘେରିରହି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ବାଚସ୍ପତିଙ୍କ ବାରମ୍ବାର ନିବେଦନ ସତ୍ତେ୍ୱ ପରିସ୍ଥିତି ନସୁଧୁରିବାରୁ ଗୃହକାର୍ଯ୍ୟ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories