www.samajalive.in
Friday, December 5, 2025
20.1 C
Bhubaneswar

ବିଦେଶରୁ ଫେରିଥିବା ୧୦୯ଙ୍କ ମୋବାଇଲ ବନ୍ଦ, ଠିକଣା ମିଳୁନାହିଁ: ମହାରାଷ୍ଟ୍ର ସରକାରଙ୍କ ନିଦ ହଜିଗଲାଣି

ମୁମ୍ବଇ: ବିଶ୍ୱରେ କୋଭିଡ-୧୯ର ଓମିକ୍ରନ ପ୍ରକରଣ ଚିନ୍ତା ବଢାଇ ଦେଇଥିବା ଏବଂ ଭାରତରେ ଏହାକୁ ନେଇ ତୃତୀୟ ଲହର ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ବିଦେଶ ଫେରନ୍ତାଙ୍କ ଉପରେ ଭାରତ ସରକାର କଡା ନଜର ରଖିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ଇତିମଧ୍ୟରେ ବିଦେଶ ଫେରନ୍ତାଙ୍କ ମଧ୍ୟରୁ କେତେକ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ଥିବା ମଧ୍ୟ ସେମାନଙ୍କର ଜିନୋମ ସିକ୍ୱେନସିଂରୁ ଜଣାପଡିଛି । ତେବେ ମହାରାଷ୍ଟ୍ରକୁ ବିଦେଶରୁ ଆସିଥିବା ୨୯୫ ଜଣ ଲୋକଙ୍କ ମଧ୍ୟରୁ ୧୦୯ ଜଣଙ୍କ ସମ୍ପର୍କରେ ସରକାରଙ୍କ ପାଖରେ କୌଣସି ସୂଚନା ନାହିଁ । ସେମାନେ ଥାଣେ ଜିଲାର ବୋଲି ଜଣାଯାଇଛି । କଲ୍ୟାଣ ଡୋମ୍ବିଭିଲି ପୌର ନିଗମ ମୁଖ୍ୟ ବିଜୟ ସୂର୍ଯ୍ୟବଂଶୀଙ୍କ କହିବା ଅନୁଯାୟୀ ଏହି ଲୋକମାନେ ସେମାନଙ୍କର ମୋବାଇଲ ଫୋନ ବନ୍ଦ କରିଦେଇଛନ୍ତି । ତାହାଛଡା ଏମାନଙ୍କ ମଧ୍ୟରୁ ଅନେକ ଯେଉଁ ଠିକଣା ଦେଇଥିଲେ, ସେଠାରେ ତାଲା ପଡିଥିବା ଦେଖିବାକୁ ମିଳିଛି ।
ଜଣାଯାଇଛି ଯେ ଅଧିକ ବିପଦଶଙ୍କୁଳ ରାଷ୍ଟ୍ରରୁ ଭାରତକୁ ଆସୁଥିବା ଲୋକମାନଙ୍କର ନମୁନା ପରୀକ୍ଷାରୁ ସେମାନେ ସଂକ୍ରମିତ ନଥିବା ଜଣାପଡିଲେ ମଧ୍ୟ ସେମାନଙ୍କୁ ସାତଦିନ ପାଇଁ ନିଜ ଘରେ ସଂଗରୋଧରେ ରହିବା ଏବଂ ଅଷ୍ଟମ ଦିନ ନମୁନା ପରୀକ୍ଷା କରାଇବା ବାଧ୍ୟତାମୂଳକ କରାଯାଇଛି । ସେମାନେ ଯେଭଳି ସର୍ତ୍ତ ଉଲ୍ଲଂଘନ ନକରନ୍ତି ତାହା ଉକ୍ତ ଆବାସିକ ସୋସାଇଟିର କର୍ମକର୍ତ୍ତାମାନଙ୍କର ଦାୟିତ୍ୱ ବୋଲି ସରକାର କହିଥିଲେ । କିନ୍ତୁ ଏହି ଲୋକମାନେ ମୋବାଇଲ ବନ୍ଦ କରିଦେବା ସହିତ ସେମାନଙ୍କ ଠିକଣାରେ ଥିବା ଘର ତାଲା ପଡିଥିବାରୁ ଏବେ ସ୍ୱାସ୍ଥ୍ୟ ବିଭାଗ ସହିତ ରାଜ୍ୟ ସରକାର ଚିନ୍ତାରେ ପଡିଯାଇଛନ୍ତି । ସେମାନଙ୍କୁ କେଉଁଠି ଖୋଜିବେ ତାହା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଅନ୍ୟପକ୍ଷରେ ସେମାନଙ୍କ ମଧ୍ୟରୁ ଯେଉଁମାନେ ସଂକ୍ରମିତ ହୋଇଥିବେ ସେମାନେ ସୁପର ସ୍ପ୍ରେଡର ପାଲଟିବା ଆଶଙ୍କା ସୃଷ୍ଟି ହୋଇଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories