www.samajalive.in
Friday, December 12, 2025
15.1 C
Bhubaneswar

ରାହୁଲ, ପନ୍ତ୍‍ଙ୍କ ଶତକ ସତ୍ତ୍ବେ ଇଂଲଣ୍ଡ ୪-୧ରେ ସିରିଜ୍‍ ଜିତିଲା

ଲଣ୍ଡନ: ଭାରତ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍‍କୁ ୪-୧ରେ ଜିତିନେଇଛି ଇଂଲଣ୍ଡ। ମଙ୍ଗଳବାର ସମାପ୍ତ ୫ମ ତଥା ଅନ୍ତିମ ଟେଷ୍ଟକୁ ୧୧୮ ରନ୍‍ରେ ଜିତି ଇଂଲଣ୍ଡ ଏହି କୃତିତ୍ୱ ହାସଲ କରିଛି। ବିଦେଶରେ ଭାରତର ଏହା କ୍ରମାଗତ ୨ୟ ଟେଷ୍ଟ ସିରିଜ୍‍ ପରାଜୟ। ୨ୟ ଇନିଂସରେ ୪୬୪ ରନ୍‍ ବିଜୟଲକ୍ଷ୍ୟର ପିଛା କରୁଥିବା ଭାରତ ମ୍ୟାଚ୍‍ ସରିବାକୁ ଘଣ୍ଟାଏ ବାକିଥିବା ବେଳେ ୩୪୫ ରନ୍‍ରେ ଅଲ୍‍ଆଉଟ ହୋଇ ଯାଇଥିଲା। କେ.ଏଲ୍‍. ରାହୁଲ ଓ ଋଷଭ ପନ୍ତ୍‍ ଶତକ ମାରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ। ଏହି ମ୍ୟାଚ୍‍ ପୂର୍ବରୁ ଇଂଲଣ୍ଡ ସିରିଜ୍‍ ଜିତି ସାରିଥିଲେ ହେଁ ଶେଷ ମ୍ୟାଚ୍‍କୁ ଜିତି ଇଂଲଣ୍ଡ ଦଳ ତା’ର ପୂର୍ବତନ ଅଧିନାୟକ ଆଲଷ୍ଟାୟାର କୁକ୍‍ଙ୍କୁ ବିଦାୟ ଭେଟି ଦେଇଛି।
୪ର୍ଥ ଦିନରେ ଭାରତ ୨ୟ ଇନିଂସରେ ୩ ୱିକେଟରେ ୫୮ ରନ୍‍ କରିଥିଲା। ୨ ରନ୍‍ରେ ୩ଟି ୱିକେଟ ହରାଇବା ପରେ ସଂଘର୍ଷପୂର୍ଣ୍ଣ ବ୍ୟାଟିଂ କରିଥିବା କେ.ଏଲ୍‍. ରାହୁଲ ଓ ଅଜିଙ୍କ୍ୟ ରାହାଣେ ୫ମ ଦିନରେ ମଧ୍ୟ ସେମାନଙ୍କ ଲଢ଼ୁଆ ଇନିଂସ ଜାରି ରଖିଥିଲେ। ରାହାଣେ ଏକ ବେପରୁଆ ସ୍ୱିପ୍‍ ସଟ୍‍ ଖେଳି ୱିକେଟ ଫିଙ୍ଗିଥିଲେ। ଫଳରେ ରାହୁଲଙ୍କ ସହ ରାହାଣେଙ୍କ ୧୧୮ ରନ୍‍ର ଭାଗିଦାରୀ ଭାଙ୍ଗି ଯାଇଥିଲା। ରାହାଣେ ୫ଟି ଚୌକା ସହ ୩୭ ରନ୍‍ କରିଥିଲେ। ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‍ ଖେଳିଥିବା ହନୁମା ବିହାରୀ ବିନା ସ୍କୋର୍‍ରେ ଆଉଟ ହୋଇଥିଲେ। ୧୨୧ ରନ୍‍ରେ ଭାରତ ୫ଟି ୱିକେଟ ହରାଇବା ପରେ ଏହାର ପରାଜୟ ଆସନ୍ନ ଲାଗୁଥିଲା। ତେବେ ଗୋଟିଏ ପଟେ ରାହୁଲ ଭଲ ବ୍ୟାଟିଂ କରିଥିବା ବେଳେ ଋଷଭ ପନ୍ତ୍‍ ମଧ୍ୟ କ୍ରିଜ୍‍ରେ ଜମି ଯାଇଥିଲେ। ଫଳରେ ଅବିଭାଜିତ ୬ଷ୍ଠ ୱିକେଟ ପାଇଁ ଦୁହେଁ ଶତକୀୟ ଭାଗିଦାରୀ କରି ଦଳକୁ ପରାଜୟରୁ ବଞ୍ଚାଇବା ପ୍ରୟାସ କରିଥିଲେ। ଚଳିତ ସିରିଜ୍‍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ରାହୁଲ ଜୀବନର ୫ମ ଟେଷ୍ଟ ଶତକ ପୂରଣକରି ଆଉଟ ହୋଇଥିଲେ। ରାହୁଲ ଗୋଟିଏ ଛକା ଓ ୨୦ଟି ଚୌକା ସହ ୧୪୯ ରନ୍‍ କରିଥିଲେ। ଋଷଭ ପନ୍ତ୍‍ଙ୍କ ସହ ୬ଷ୍ଠ ୱିକେଟ ପାଇଁ ରାହୁଲ ୨୦୪ ରନ୍‍ ଯୋଗ କରିଥିଲେ। ଏକଦା ଭାରତ ୫ ୱିକେଟରେ ୩୨୫ ରନ୍‍ କରିଥିଲା। ତେବେ ୬ଷ୍ଠ ୱିକେଟ ଯୋଡ଼ି ଭାଙ୍ଗିବା ପରେ ଇଂଲଣ୍ଡ ମ୍ୟାଚ୍‍କୁ ଫେରିଥିଲା। ଇଂଲଣ୍ଡ ମାଟିରେ ପ୍ରଥମ ଭାରତୀୟ ୱିକେଟ ରକ୍ଷକ ଭାବେ ଶତକ ମାରିଥିବା ଋଷଭ ପନ୍ତ୍‍ ୪ଟି ଛକା ଓ ୧୫ଟି ଚୌକା ସହ ୧୧୪ ରନ୍‍କରି ଆଉଟ୍‍ ହେବା ପରେ ଭାରତର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ୨୦ ରନ୍‍ରେ ଭାରତ ଶେଷ ୫ଟି ୱିକେଟ ହରାଇ ୩୪୫ ରନ୍‍ରେ ଅଲ୍‍ଆଉଟ ହୋଇ ଯାଇଥିଲା। ଜେମ୍‍ସ ଆଣ୍ଡରସନ୍‍ ୩ଟି ଏବଂ ସାମ୍‍ କରନ୍‍ ଓ ଆଦିଲ ରସିଦ୍‍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଜୀବନର ଅନ୍ତିମ ଟେଷ୍ଟମ୍ୟାଚ୍‍ରେ ଶତକ ମାରିଥିବା ଆଲଷ୍ଟାୟାର କୁକ୍‍ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ। ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଇଂଲଣ୍ଡ ଅଲ୍‍ରାଉଣ୍ଡର ସାମ୍‍ କରନ୍‍ ଯୁଗ୍ମଭାବେ ପ୍ଲେୟର ଅଫ୍‍ ଦି ସିରିଜ୍‍ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories