www.samajalive.in
Saturday, December 13, 2025
14.1 C
Bhubaneswar

ସମସ୍ତ ପ୍ରକାର କ୍ରିକେଟ୍‌ରେ ୫୦ ମ୍ୟାଚ୍‌ରେ ବିଜୟ ; କୋହଲି ବିଶ୍ବର ପ୍ରଥମ ଖେଳାଳି

ମୁମ୍ବଇ : ୨ୟ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ଭାରତ ପରାସ୍ତ କରିଛି। ଏହି ବିଜୟ ସହ ବିରାଟ କୋହଲି ବିଶ୍ବର ପ୍ରଥମ ଖେଳାଳି ଭାବେ ସମସ୍ତ ପ୍ରକାର (ଫର୍ମାଟ୍‌)ରେ ୫୦ଟି ଆନ୍ତର୍ଜାତିକ ମ୍ୟାଚ୍‌ ଜିତିବାର କୃତିତ୍ବ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟେଷ୍ଟରେ ବିଜୟ ଖେଳାଳି ଭାବେ କୋହଲିଙ୍କର ୫୦ତମ ଟେଷ୍ଟ ବିଜୟ। ପୂର୍ବରୁ ଦିନିକିଆରେ ଭାରତ ଜିତିଥିବା ୧୫୯ଟି ମ୍ୟାଚ୍‌ରେ ବିରାଟ କୋହଲି ଦଳର ସଦସ୍ୟ ରହିଛନ୍ତି। ଏହାସହ ଟ୍ବେଣ୍ଟି୨୦ରେ ଭାରତ ଜିତିଥିବା ୫୯ଟି ମ୍ୟାଚ୍‌ରେ ବିରାଟ କୋହଲି ଦଳର ସଦସ୍ୟ ରହିଛନ୍ତି। ପୁଣି ଅଧିନାୟକ ଭାବେ କୋହଲି ଘରୋଇ ମାଟିରେ କ୍ରମାଗତ ୧୧ଟି ଟେଷ୍ଟ ଶୃଙ୍ଖଳା ଖେଳିଥିବା ବେଳେ ସମସ୍ତ ୧୧ଟି ଶୃଙ୍ଖଳାରେ ବିଜୟୀ ହୋଇଛନ୍ତି। ପୁଣି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଘରୋଇ ମାଟିରେ କ୍ରମାଗତ ୪ର୍ଥ ଟେଷ୍ଟ ଶୃଙ୍ଖଳା ଜିତିପାରିଛି। ୧୯୮୮ରେ ଶେଷଥର ପାଇଁ ନ୍ୟୁଜିଲାଣ୍ଡ ମୁମ୍ବଇରେ ଘରୋଇ ଭାରତକୁ ଏକ ଟେଷ୍ଟମ୍ୟାଚ୍‌ରେ ପରାସ୍ତ କରିଥିଲା।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories