www.samajalive.in
Friday, December 12, 2025
17.1 C
Bhubaneswar

ମମିତା ମେହେର ହତ୍ୟା ମାମଲା : ଗୋବିନ୍ଦର ଜାମିନ ଆବେଦନ ଘୁଞ୍ଚିଲା

ଟିଟିଲାଗଡ଼/କଣ୍ଟାବାଞ୍ଜି : ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ଶୁଣାଣି ପୁଣି ଘୁଞ୍ଚିଛି। ପୂର୍ବରୁ କଣ୍ଟାବାଞ୍ଜି ଅତିରିକ୍ତ ଜିଲା ଦୌରା ଏବଂ ସେସନ ବିଚାରପତିଙ୍କ ଅଦାଲତରେ ଗୋବିନ୍ଦ ନିଜ ଜାମିନ ଆବେଦନ କରିଥିଲେ। ଆଜି ଏନେଇ ଶୁଣାଣି ଦିବସ ଧାର୍ଯ୍ୟ ହୋଇଥିବାରୁ ଅଦାଲତ ସମ୍ମୁଖରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ତେବେ ପ୍ରାରମ୍ଭରୁ ମାମଲାର ପରିଧି କଣ୍ଟାବାଞ୍ଜି ନା ଟିଟିଲାଗଡ ଅଦାଲତର ପରିସର ତାକୁ ନେଇ ସଂଶୟ ଉପୁଜିଥିଲା। ଏନେଇ ବିଚାରପତି ମାମଲା ସମ୍ବନ୍ଧୀୟ ସ୍ପଷ୍ଟିକରଣ ଲୋଡି ଜାମିନ ଆବେଦନ ମାମଲାକୁ ଘୁଞ୍ଚାଇ ଦେଇଥିବା ସରକାରି ଓକିଲ କାନନ କିଶୋର ପଣ୍ଡା ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମୋହନଲାଲ ଶର୍ମା କହିଛନ୍ତି। ତେବେ ପରେ ମାମଲା ତାଙ୍କ ପରିସରଭୁକ୍ତ ହୋଇଥିବା ନେଇ ଅଦାଲତରେ ଆବଶ୍ୟକ ନଥିପତ୍ର ପ୍ରଦାନ କରାଯାଇଥିବା ଅଭିଯୁକ୍ତଙ୍କ ଓକିଲ ଶ୍ରୀ ଶର୍ମା କହିଛନ୍ତି। ପୁଲିସ ପକ୍ଷରୁ କେଶ ଡାଇରୀ ଦାଖଲ ଆଦେଶ ସହ ତୁରନ୍ତ ଜାମିନ ମାମଲା ଶୁଣାଣି ପାଇଁ ଅଦାଲତ କହିଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories