www.samajalive.in
Saturday, December 13, 2025
23.1 C
Bhubaneswar

ସଂରକ୍ଷଣର କରୁଣ ପରିଣତି; ଆତ୍ମହତ୍ୟା କଲେ ନାବାଳିକା

ମୁମ୍ବଇ .- ମରାଠାମାନଙ୍କୁ  ସଂରକ୍ଷଣ ଦାବିରେ ମହାରାଷ୍ଟ୍ରରେ ଏବେ ଆନ୍ଦୋଳନ ଜୋରଦାର ଚାଲିଛି । ଏଥିଯୋଗୁଁ ଅନେକ ଲୋକ ଆତ୍ମହତ୍ୟା କରିଛନ୍ତି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଜଣେ ୧୭ ବର୍ଷିୟା ନାବାଳିକା ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଅହମଦନଗର ଜିଲାରେ ଏହି ଘଟଣା ଘଟିଛି । ନାବାଳିକା ଜଣଙ୍କ ଏହି ପୂର୍ବରୁ ଏକ ପତ୍ର ଛାଡିଯାଇଥିବା କଥା ଅହମଦନଗର ଏସ୍‌ପି  ରଞ୍ଜନ କୁମାର ଶର୍ମା କହିଛନ୍ତି ।

ଏକାଦଶ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ଆତ୍ମହତ୍ୟା କରିବା ସହ ଏକ ପତ୍ର ଛାଡିଯାଇଛନ୍ତି । ସଂରକ୍ଷଣ ଯୋଗୁଁ ସେ ୮୯ ପ୍ରତିଶତ ରଖିଥିଲେ ମଧ୍ୟ ବିଜ୍ଞାନରେ ନାମ ଲେଖାଇ ପାରି ନ ଥିଲେ । ମାତ୍ରସଂରକ୍ଷଣ ଯୋଗୁଁ  ତାଙ୍କ ଠାରୁ ଅତି କମ୍‌ ମାର୍କ ରଖି ଅନେକ ବିଜ୍ଞାନ ପଢିଥିଲେ । କେବେଳ ସେତିକି ନୁହେଁ ସେମାନଙ୍କୁ ଅର୍ଥରାଶି ପଢିବା ପାଇଁ ଦିଆଯାଉଥିବା ବେଳେ ତାଙ୍କ ବାପା କୃଷକ ଓ ପଢା ପାଇଁ ବହୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ବୋଲି ସେ ଆତ୍ମହତ୍ୟା କରିବା ପୂର୍ବରୁ ଏହି ପତ୍ରରେ ଉଲ୍ଲେଖ କରିଥିବା ଦେଖିବାକୁ ମିଳିଛି ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories