www.samajalive.in
Sunday, December 14, 2025
26.1 C
Bhubaneswar

ଜନ୍ମଗତ ରୋଗ ପାଇଁ ମା’ଙ୍କ ଡାକ୍ତରଙ୍କୁ ଦାୟୀ କଲେ ଝିଅ

ଲଣ୍ଡନ : ବ୍ରିଟେନ୍‌ର ୨୦ବର୍ଷୀୟା ଇଭି ଟୁମ୍ବସ୍‌ ତାଙ୍କୁ ଜନ୍ମ କରାଇଥିବା ଡାକ୍ତରଙ୍କ ବିରୋଧରେ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି। ସେ ଡାକ୍ତର ଫିଲିପ୍‌ ମିସେଲଙ୍କ ବିରୋଧରେ ଏକ ବିଚିତ୍ର ଅଭିଯୋଗ ଆଣିଛନ୍ତି। ତାଙ୍କ ଜନ୍ମ ପାଇଁ ଗର୍ଭବତୀ ମା’ଙ୍କୁ ଉପଯୁକ୍ତ ପରାମର୍ଶ ଦେଇ ନ ଥିଲେ; ଯେଉଁଥିପାଇଁ ସେ ‘ସ୍ପାଇନା ବିଫିଦା’ ନାମକ ବ୍ୟାଧିରେ ପୀଡ଼ିତା ବୋଲି ଇଭି ଅଭିଯୋଗ କରିଛନ୍ତି। ସେ ବିରଳ ମେରୁଦଣ୍ଡ ରୋଗରେ ପୀଡ଼ିତ ଏବଂ ଏଥିଯୋଗୁଁ ତାଙ୍କୁ ବେଳେବେଳେ ଏକାଦିକ୍ରମେ ୨୪ଘଣ୍ଟା ଏକ ନଳୀ ସହ ସଂଯୁକ୍ତ ହୋଇ ରହିବାକୁ ପଡ଼େ। ସେ ଗର୍ଭରେ ଥିଲାବେଳେ ଡାକ୍ତର ଫିଲିପ୍‌ ଯଦି ମା’ଙ୍କର ଉପଯୁକ୍ତ ଚିକିତ୍ସା କରିଥାଆନ୍ତେ ବା ତାଙ୍କୁ ଠିକ୍‌ ସମୟ​‌େ​‌ର ଲୌହସାର (ଆଇରନ୍‌) ଓ ଫଲିକ ଏସିଡ୍‌ ଖାଇବାକୁ ପରାମର୍ଶ ଦେଇଥାଆ​‌େ​‌ନ୍ତ; ତାହା ହେଲେ ଏଭଳି ପରିସ୍ଥିତି ଉପୁଜି ନ ଥାଆନ୍ତା। ସେ ହୁଏତ ଆଦୌ ଦୁନିଆ ଦେଖି ନ ଥାଆନ୍ତେ; କିନ୍ତୁ ଏମିତି ତାଙ୍କୁ ଯନ୍ତ୍ରଣାସିକ୍ତ ଜୀବନ ଜିଇବାକୁ ପଡ଼ି ନ ଥାଆନ୍ତା । ଇଭିଙ୍କ ଏହି ଅଭିଯୋଗ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତାଙ୍କୁ ଲକ୍ଷଲକ୍ଷ ଜନତାଙ୍କ ସମର୍ଥନ ମିଳିଛି। କେବଳ ସେତିକି ନୁହେଁ; ତାଙ୍କ ମାମଲାର ବିଚାର କରି ଲଣ୍ଡନ ଉଚ୍ଚ ନ୍ୟାୟାଳୟ ବିଚାରପତି ରୋଜାଲିଣ୍ଡ କୋ କହିଛନ୍ତି ଯେ ଏହା ଏକ ଉଲ୍ଲେଖନୀୟ ମାମଲା। ଇଭିଙ୍କ ମାଆଙ୍କୁ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଦିଆଯିବାର ଥିଲା। ତାଙ୍କର ଗର୍ଭଧାରଣ ବିଳମ୍ବ ହୋଇଥିଲେ କିଛି ଯା’ଆସ ନ ଥିଲା; କିନ୍ତୁ ଗର୍ଭରେ ଥିବା ଶିଶୁର ଏଭଳି ରୋଗ ସମ୍ପର୍କରେ ଡାକ୍ତର ଅବଗତ ହେବା ଜରୁରୀ ଥିଲା। ଏପରି ହୋଇଥିଲେ ସୁସ୍ଥ ଶିଶୁ ଜନ୍ମ ହୋଇଥାଆନ୍ତା। ଡାକ୍ତରଙ୍କ ଭୁଲ୍‌ ଯୋଗୁଁ ହୁଏତ ଏଭଳି ଲକ୍ଷାଧିକ ରୋଗାକ୍ରାନ୍ତ ଶିଶୁ ଜନ୍ମ ହୋଇପାରନ୍ତି। ଇଭିଙ୍କ ମାଆ ମଧ୍ୟ ଅଦାଲତରେ ସମାନ ଯୁକ୍ତି ଦର୍ଶାଇବା ସହ ଏ କଥା ଜାଣିଥିଲେ ଗର୍ଭଧାରଣ ବିଳମ୍ବ କରାଇପାରି ଥାଆନ୍ତେ। ଡାକ୍ତର ତାଙ୍କୁ କେବେ ଫଲିକ ଏସିଡ୍‌ ବ୍ୟବହାର ପାଇଁ ପରାମର୍ଶ ଦେଇ ନ ଥିବାରୁ ସେ ଏହାକୁ ଖାଇ ନ ଥିବା କହିଛନ୍ତି। ଏହା ଶୁଣିବା ପରେ ବିଚାରପତି ଇଭିଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି। ଏହି ପରିମାଣ ଧାର୍ଯ୍ୟ ହୋଇ ନାହିଁ। ଇଭି ଆଜୀବନ ଚିକିତ୍ସାରେ ରହିବାକୁ ଥିବାରୁ ଯଥାଯଥ ହିସାବ ପରେ ଏହା ନିର୍ଦ୍ଧାରଣ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି। ବ୍ରିଟେନ୍‌ର ଚିକିତ୍ସା ଜଗତରେ ଏହି ମମଲା ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି। ଭୁଲ୍‌ ତଥା ଖାମ୍‌ଖିଆଲ ଚିକିତ୍ସା ବା ପରାମର୍ଶ ଯୋଗୁଁ ଯଦି ଜଣେ ଗର୍ଭସ୍ଥ ଶିଶୁ ରୋଗାକ୍ରାନ୍ତ ହୋଇ ଜନ୍ମ ନିଏ; ତେବେ ଡାକ୍ତରଙ୍କୁ ଦାୟୀ କରାଯାଇପାରିବ ବୋଲି ସ୍ପଷ୍ଟ ହୋଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories