www.samajalive.in
Sunday, December 14, 2025
14.1 C
Bhubaneswar

ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶ୍ରବଣ କଥନ କୌଶଳ ପ୍ରଶିକ୍ଷଣ ଉଦ୍‌ଯାପିତ

ବାଙ୍କୀ: ଡମପଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଶିଶୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶ୍ରବଣ ଓ କଥନ କୌଶଳ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି। ୨୯ତାରିଖଠାରୁ ଦୀର୍ଘ ୩ଦିନ ଧରି ଏହି ପ୍ରଶିକ୍ଷଣ ସଞ୍ଚାଳିତ ହୋଇଥିଲା। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଆରସିସି ଗଦାଧର ପ୍ରଧାନ ସମ୍ମାନୀୟ ଅତିଥି ଭାବରେ ଏବିଇଓ ଅଶୋକ କୁମାର ପଟ୍ଟନାୟକ, ସିଆରସିସି ବଳରାମ ପାଇକରାୟ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ଓ ସମାଜର ମୁଖ୍ୟ ଶ୍ରୋତରେ ସେମାନଙ୍କୁ ସାମିଲ କରିବା ପାଇଁ ପ୍ରଶିକ୍ଷଣ ଏକ ମୂଳ ଆବଶ୍ୟକତା ବୋଲି ପ୍ରକାଶ କରିଥିଲେ। କଟକ ରମାଦେବୀ ଶିଶୁ ବିହାରର ଶ୍ରବଣ ଓ କଥନ ପ୍ରଶିକ୍ଷକ ରଞ୍ଜିତ କୁମାର ସାହୁ ଉଭୟ ଉପସ୍ଥିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଏ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ବିଆରପି ଲିମା ମହାପାତ୍ର ଓ ଜ୍ୟୋତିର୍ମୟୀ ମହାପାତ୍ର ପ୍ରଶିକ୍ଷଣ ପରିଚାଳନା କରିଥିଲେ। ଆଇ.ଇଭି କାମିନୀ ସ୍ୱାଇଁ, ମନୋରଞ୍ଜନ ସାହୁ, ମହେଶ୍ୱର ଦଳେଇ, ସୁରେଶ ଚନ୍ଦ୍ର ରାଉତ, ଆକାଉଣ୍ଟାଣ୍ଟ ନିରଞ୍ଜନ ମହାଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

Related Articles

Popular Categories