www.samajalive.in
Wednesday, December 10, 2025
23.1 C
Bhubaneswar

ପୌରାଞ୍ଚଳରେ ବିଭିନ୍ନ ଉନ୍ନୟନ ଯୋଜନା ପ୍ରସ୍ତୁତି ବୈଠକ

ଚୌଦ୍ୱାର: ମୁକ୍ତା ଯୋଜନାରେ ଚୌଦ୍ୱାର ସହରାଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ୬କୋଟି ୨୫ଲକ୍ଷ ଟଙ୍କାର ମଞ୍ଜୁରୀ ମିଲିଛି।ଏତଦ୍‍ଭିନ୍ନ ପୌରାଞ୍ଚଳରେ ବାକି ରହି ଯାଉଥିବା ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁରୀ ନିମିତ୍ତସରକାରଙ୍କୁ ଅନୁରୋଧ କରାଯିବା ଲକ୍ଷରେ ପୌର ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଚୌଦ୍ୱାର-କଟକ ବିଧାୟକ ସୌଭିକ୍‍ ବିଶ୍ୱାଳ ଏଥିରେ ଅଧ୍ୟକ୍ଷତା କରି ପୌରପାଳିକାର ୧୯ଟି ୱାର୍ଡ଼ରେ ବାକିଥିବା ଉନ୍ନୟନ କାର୍ଯ୍ୟର ବିବରଣୀ ଆହ୍ୱାନ କରିଥିଲେ।ୱାର୍ଡ଼ ଗୁଡ଼ିକର ପୂର୍ବତନ କାଉନସିଲର, ୱାର୍ଡ଼ ସଭାପତି ଆଦି ଏହି ବୈଠକରେ ଯୋଗଦେଇ ସେମାନଙ୍କ ୱାର୍ଡ଼ପାଇଁ ଆବଶ୍ୟକିୟ ବିଭିନ୍ନ ପ୍ରକଳ୍ପର ପ୍ରସ୍ତାବ ପ୍ରଦାନ କରିଥିଲେ। ଉକ୍ତ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆବଶ୍ୟକ ଅର୍ଥ ରାଜ୍ୟ ସରକାରଙ୍କ ଠାରୁ ମଞ୍ଜୁର କରାଯିବ ବୋଲି ବିଧାୟକ ବିଶ୍ୱଳ ପ୍ରତିଶ୍ରୁତି ଦେଇଥିଲେ। ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଅଜୟ ମଲ୍ଲିକ, ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ଆରଆଇ ଚିତ୍ତ ରଞ୍ଜନ ପଟ୍ଟନାୟକ,ପୌରଯନ୍ତ୍ରୀ ମହେଶ ପ୍ରସାଦ ମିଶ୍ର, ଜେ.ଇ ଶୁଭଶ୍ରୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories