www.samajalive.in
Wednesday, December 10, 2025
23.1 C
Bhubaneswar

ରାଜପଥ ମରାମତି ଦାବିରେ ଚୌଦ୍ୱାରରେ ରାସ୍ତାରୋକୋ

ଚୌଦ୍ୱାର: ୫୫ନମ୍ବର ଜାତୀୟ ରାଜପଥର ମଙ୍ଗୁଳି ଠାରୁ କଜଳଖଣା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ମରାମତି, ବାଇପାସ୍‍ ରୋଡ଼ ନିର୍ମାଣ ଓ ରାସ୍ତାରେ ପାଣି ସିଞ୍ଚନ ଆଦି ଦାବିରେ ସ୍ଥାନୀୟ ଚୌଦ୍ୱାର ଜାଗରଣ ମଞ୍ଚ ଓ ଜନ ସାଧାରଣଙ୍କ ପକ୍ଷରୁ ମଙ୍ଗଳବାର ଦିନ ୮ଟା ଠାରୁ ଜାତୀୟ ରାଜପଥର ଗାନ୍ଧୀଛକ ନିକଟରେ ରାସ୍ତା ଅବରୋଧ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କାରାଯାଇଥିଲା। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନେଇଥିବା ଗାୟତ୍ରୀ କନ୍‍ଷ୍ଟ୍ରକ୍ସନ୍‍ ନାମକ ଠିକାସଂସ୍ଥା ଏହି କାର୍ଯ୍ୟକୁ ଅତି ମନ୍ଥର ଗତିରେ କରିବା ସହିତ ରାସ୍ତାକୁ ଖୋଳିତାଡ଼ି ଅଗମ୍ୟକରି ପକାଇ ଦେଇଥିବାରୁ ଜନ ସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଲୋକେ ବାଧ୍ୟହୋଇ ରାସ୍ତାରୋକୋ କରିଥିଲେ।

ରାଜପଥରେ ୧ଘଣ୍ଟାକାଳ ଗାଡିଚଳାଚଳ ସଂପୁର୍ଣ୍ଣ ବନ୍ଦ ହୋଇ ରହିଥିଲା। ଖବରପାଇ ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜୋନ୧ଏସିପି ଅମରେନ୍ଦ୍ର ପଣ୍ଡା, ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଧବାର ଠାରୁ ମୁଖ୍ୟ ରାସ୍ତାରେ ହୋଇଥିବା ଖାଲଖମା ମରାମତି କାର୍ଯ୍ୟ କରାଯିବା ସହିତ ଆସନ୍ତା ୧୦ତାରିଖ ପରେ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯିବବୋଲି ପ୍ରକାଶ କରି ଯଦି ଏହାର ଖିଲାପ ହୁଏ ତେବେ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବାପରେ ବିକ୍ଷୋଭକାରୀ ମାନେ ଆନ୍ଦୋଳନରୁ ଓହରି ଯାଇଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories