www.samajalive.in
Saturday, December 13, 2025
26.1 C
Bhubaneswar

ଭଜିଙ୍କୁ ଟପିଲେ ଅଶ୍ବିନ ; ଭାରତର ୩ୟ ସର୍ବାଧିକ ୱିକେଟ ହାସଲକାରୀ

କାନପୁର : ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଟେଷ୍ଟମ୍ୟାଚ୍‌ରେ ୩ୟ ସର୍ବାଧିକ ୱିକେଟ ହାସଲକାରୀ ହୋଇ ପାରିଛନ୍ତି । ଏହି କ୍ରମରେ ଅଶ୍ବିନ ପୂର୍ବତନ ଅଫ୍‌ସ୍ପିନର ହରଜନ ସିଂହଙ୍କୁ ପଛରେ ପକାଇ ଦେଇଛନ୍ତି। ୧୦୩ଟି ଟେଷ୍ଟମ୍ୟାଚ୍‌ ଖେଳି ହରଭଜନ ୪୧୭ଟି ୱିକେଟ ନେଇଥିବା ବେଳେ ୮୦ଟି ଟେଷ୍ଟମ୍ୟାଚ୍‌ ଖେଳି ଆର୍‌. ଅଶ୍ବିନ ୪୧୮ଟି ୱିକେଟ ନେଇଛନ୍ତି । ନ୍ୟୁଜିଲାଣ୍ଡ-ଭାରତ ପ୍ରଥମ ଟେଷ୍ଟମ୍ୟାଚ୍‌ ପୂର୍ବରୁ ଅଶ୍ବିନ ୪୧୨ଟି ୱିକେଟ ନେଇଥିବା ବେଳେ ଏହି ମ୍ୟାଚ୍‌ର ଉଭୟ ଇନିଂସରେ ୩ଟି ଲେଖାଏଁ ୱିକେଟ ନେଇ ହରଭଜନଙ୍କୁ ସେ ଅତିକ୍ରମ କରିଛନ୍ତି। ଭାରତ ପାଇଁ ପୂର୍ବତନ ଲେଗ୍‌ସ୍ପିନର ଅନୀଲ କୁମ୍ବଲେ ସର୍ବାଧିକ ୬୧୯ଟି ୱିକେଟ ନେଇ ଶୀର୍ଷରେ ଥିବା ବେଳେ କିମ୍ବଦନ୍ତୀ ଅଲ୍‌ରାଉଣ୍ଡର କପିଳ ଦେବ ୪୩୪ଟି ୱିକେଟ ନେଇଛନ୍ତି । ବର୍ତ୍ତମାନ ଖେଳୁଥିବା ବୋଲରଙ୍କ ମଧ୍ୟରେ ଜେମ୍‌ସ ଆଣ୍ଡରସନ୍ ସର୍ବାଧିକ ୬୩୨ଟି ୱିକେଟ ନେଇଥିବା ବେଳେ ଷ୍ଟୁଆର୍ଟ ବ୍ରଡ୍‌ ୨ୟ ସର୍ବାଧିକ ୫୨୪ଟି ୱିକେଟ ନେଇଛନ୍ତି । ୨୦୧୧ ନଭେମ୍ବରରେ ଦିଲ୍ଲୀରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ଜୀବନ ଆରମ୍ଭ କରିଥିବା ଆର୍‌. ଅଶ୍ବିନ ୮୦ ଟେଷ୍ଟରୁ ୨୪.୫୬ ଆଭ୍‌ରେଜରେ ୪୧୮ଟି ୱିକେଟ ନେଇଥିଲେ । ୩୫ ବର୍ଷ ବୟସ୍କ ଅଶ୍ବିନ ୧୧୧ଟି ଦିନିକିଆରୁ ୧୫୦ଟି ଓ ୫୧ଟି ଟେଷ୍ଟମ୍ୟାଚ୍‌ରୁ ୬୧ଟି ୱିକେଟ ନେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories