www.samajalive.in
Friday, December 12, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର କଚ୍ଛପ ଗତି, ନିର୍ମାଣ ଆରମ୍ଭର ୮ବର୍ଷ ପରେ ବି ସରୁନି ଧାନକୁଟା-ବଇଁଚା ରାସ୍ତା

ଧାମରା:ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର କଚ୍ଛପ ଗତିରେ କେତେବେଳେ ରାସ୍ତା ଆଗକୁ ମାଡି ଚାଲୁଥିବା ବେଳେ ପୁନଶ୍ଚ ଏହି ରାସ୍ତା ପୂର୍ବ ଅବସ୍ଥାକୁ ଫେରି ଆସୁଥିବା କଥା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ୩.୨କି.ମି ରାସ୍ତା ୨୦୧୩ ମାର୍ଚ ମାସରୁ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେହି ରାସ୍ତା ଶେଷ ହୋଇ ପାରୁନାହିଁ। ଏହି ରାସ୍ତା ନିର୍ମାଣକୁ ନେଇ କରଞ୍ଜମାଳ ପଞ୍ଚାୟତର ସରପଞ୍ଚ ଏବଂ ଅଞ୍ଚଳବାସୀ ବହୁବାର ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାହାର ନିର୍ଯ୍ୟାସ ଆଜି ପର୍ଯ୍ୟନ୍ତ ବାହାରି ପାରୁ ନାହିଁ।

ଖବରରୁ ପ୍ରକାଶ ଧାନକୁଟା –ବଇଁଚା ପଂଚାୟତ ରାସ୍ତା ର ଦୈଘ୍ୟ୩.୨କି.ମି ହୋଇଥିବା ବେଳେ ଏହା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୨୦୧୨ ମସିହାରେ ଅର୍ନ୍ତଭୁକ୍ତ ହେବା ସହ ୨୦୧୩ ମସିହାରେ ଓଆର -୦୪-ଏଡିବି.ଟି୧ ପ୍ୟାକେଜରେ ୧କୋଟି ୭୩ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମାର୍ଚ ୨୦୧୩ରେ କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ଫଳକରେ ଉଲ୍ଲେଖ ଅଛି। ଏହି କାର୍ଯ୍ୟ ମାର୍ଚ ୨୦୧୪ରେ ଶେଷ ହୋଇଥିବା ବେଳେ ଏହାର ଏହି ରାସ୍ତା ସ୍ଥାଇତ୍ୱର ଅବଧି ମାର୍ଚ ୨୦୧୯ରେ ଶେଷ ହୋଇଥିବା କଥା ମଧ୍ୟ ଫଳକରେ ଲିପିବଦ୍ଧ ହୋଇଛି। ସବୁଠାରୁ ବଡ ଦୁଃଖର କଥା କାର୍ଯ୍ୟ ଆରମ୍ଭ ଠାରୁ କାର୍ଯ୍ୟକାଳ ଅବଧିର ଶେଷ ହୋଇ ୨ବର୍ଷ ବିତିଯାଇଥିଲେ ମଧ୍ୟ ସେହି ରାସ୍ତା କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ। ଏହା କାହିଁକି ଶେଷ ହୋଇପାରି ନାହିଁ ବୋଲି ଉତର ରଖିବାକୁ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ କାର୍ଯ୍ୟବ୍ୟସ୍ଥତା ଦେଖାଇ ପ୍ରଶ୍ନକୁ ଏଡାଇ ଯାଇଥିଲେ। ଏ ବାବଦରେ କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ଖୁବ ଶ୍ରୀଘ୍ର କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବ ବୋଲି ଉତ୍ତର ଦେଇଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories