www.samajalive.in
Saturday, December 13, 2025
26.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଠାଗାରର ହଜାର ହଜାର ବହି, ଜର୍ଣ୍ଣାଲ ପୋଡ଼ି ନଷ୍ଟ କରାଯିବା ଘଟଣାକୁ ନେଇ କୁଳପତିଙ୍କୁ ସମାଲୋଚନା

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପାଠାଗାରର ହଜାର ହଜାର ବହି, ଜର୍ଣ୍ଣାଲ, ରିସର୍ଚ୍ଚ ପେପରଗୁଡ଼ିକୁ ନଷ୍ଟ କରାଯିବାକୁ ନେଇ ବିଭିନ୍ନ ସଚେତନ ବର୍ଗରେ ସମାଲୋଚନା ହେଉଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲଙ୍କ ନିର୍ଦ୍ଦେଶକ୍ରମେ ଏହି ଗୁରୁତ୍ୱପୁର୍ଣ୍ଣ ବହିଗୁଡ଼ିକୁ ପୋଡ଼ି ନଷ୍ଟ କରାଯିବା ନେଇ ଅଭିଯୋଗ ହେବା ସହିତ କୁଳପତି ପ୍ରଫେସର ମିତ୍ତଲଙ୍କ ନିର୍ଦ୍ଦେଶରେ ଅବିନାଶ କର ଏହି ବହିଗୁଡ଼ିକୁ ନଷ୍ଟ କରିଥିବା ନେଇ ଆଇନଜୀବୀ ତଥା ପୂର୍ବତନ ସିଣ୍ଡିକେଟ, ସିନେଟ ସଦସ୍ୟ ଦୁର୍ଗା ପାଢ଼ୀ ସାମାଜିକ ଗଣମାଧ୍ୟମରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏତାଦୃଶ ଭାବରେ ଗୁରୁତ୍ୱପୁର୍ଣ୍ଣ ବହି, ଜର୍ଣ୍ଣାଲଗୁଡ଼ିକୁ ପୋଡ଼ି ନଷ୍ଟ କରାଯିବା ବଦଳରେ ପୌଢ଼ ସମାଜକୁ ଦାନ କରିଦେବା କଥା ବୋଲି ମତପ୍ରକାଶ ପାଇବା ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏତାଦୃଶ ପଦକ୍ଷେପ ପାଇଁ ତୀବ୍ର ସମାଲୋଚନା କରାଯାଇଛି। ତେବେ ଏଭଳି ଭାବରେ ଏହି କେନ୍ଦ୍ରୀୟ ଲାଇବ୍ରେରୀରର ପୁରାତନ ବହିଗୁଡ଼ିକୁ ନଷ୍ଟ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଉଛି।

ଅପରପକ୍ଷେ, ଏହାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି। ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ରଜତ କୁଜୁର ପୂରାତନ ଲାଇବ୍ରେରୀର ପୁସ୍ତକଗୁଡ଼ିକୁ ସୁରକ୍ଷିତ ଭାବରେ ନୂତନ ଲାଇବ୍ରେରୀକୁ ସ୍ଥାନାନ୍ତରିତ କରାଯାଇଥିବା ଏବଂ ଗୁରୁତ୍ୱପୂର୍ଣ୍ଣ ବହିଗୁଡ଼ିକର ଏକ ନକଲ କପି ରଖା ଯାଇଥିବା ସହିତ ଯେଉଁ ପୂରାତନ ବହି ନଷ୍ଟ ହୋଇଛି ବା ଡ଼ିଆଁ ଖାଇ ଦେଇଛନ୍ତି, ଯାହାକି ସୁଧୁରାଯାଇ ପାରିବ ବାହିଁ ତାକୁ ନଷ୍ଟ କରାଯାଇଥିବା ଦର୍ଶାଇଛନ୍ତି। ତଥାପି ଏଭଳି ଭାବରେ ଲାଇବ୍ରେରୀର ପୁସ୍ତକଗୁଡ଼ିକୁ ପାହାଡ଼ ସଦୃଶ ସେଲ୍‌ଫରୁ ବାହାର କରି ଫିଙ୍ଗାଯିବା ଏବଂ ପରେ ପାହାଡ଼ ସଦୃଶ ଗଦାକରି ପୋଡ଼ି ଦିଆଯିବା ଘଟଣା ପୌଢ଼ ସଚେତନ ମହଲରେ ସହଜେ ଗ୍ରହଣ କରାଯାଇ ପାରୁନାହିଁ। ଏପରିକି ଗତ ଏପ୍ରିଲ ମାସରେ ଠିକାଭିତ୍ତିକ କର୍ମଚାରୀ ଦିନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣାରେ ବର୍ତ୍ତମାନ ସୁଦ୍ଧା ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ରହିଥିବା ଏବଂ କୁଳପତି ପ୍ରଫେସର ମିତ୍ତଲ ହିଁ ଦିନବନ୍ଧୁ ଆତ୍ମହତ୍ୟା ଘଟଣାର ମୁଖ୍ୟ କାରଣ ସାଜିଥିବା ଆଇନଜୀବୀ ଶ୍ରୀ ପାଢ଼ୀ ବ୍ୟକ୍ତ କରିଛନ୍ତି। ଏଥି ସହିତ କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ, ଅବିନାଶ କରକୁ ଗିରଫ କରାଯିବା ଦାବୀକୁ ନେଇ ବିଶ୍ୱବିଦ୍ୟାଳୟ ମୁଖ୍ୟଫାଟକ ସମ୍ମୁଖରେ ଧର୍ମଘଟ ଏବଂ ଅନଶନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories