www.samajalive.in
Sunday, December 7, 2025
26.1 C
Bhubaneswar

ପିଏଲଜିଏ ସପ୍ତାହ ପାଳନ ପାଇଁ ନିୟମଗିରିରେ ଲାଗିଲା ମାଓ ପୋଷ୍ଟର

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂ ହପୁର ବ୍ଲକ ନିୟମଗିରି ପାହାଡ ପାଦ ତଳେ ଥିବା ପାର୍ଶାଲି ପଞ୍ଚାୟତ ସଦର ରେ ଗୋଟିଏ ବ୍ୟାନର ସହ ୨ଟି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।ବହୁଦିନ ପର୍ୟ୍ୟନ୍ତ ନିରବ ରହିବା ପରେ ଆଜି ମାଓପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।ଉକ୍ତ ବ୍ୟାନରେ ଡ଼ିସେମ୍ବର ମାସ ୨ ତାରିଖରୁ ୮ତାରିଖ ପର୍ୟ୍ୟନ୍ତ ଗାଁ ଗାଁରେ
ପି.ଏଲ୍.ଜିଏ ସପ୍ତାହ ପାଳନ କରିବା ପାଇଁ ସି.ପି.ଆ.ଇ ମାଓବାଦୀ ବାଘୁନା ଡିଭିଜନ ତରଫରୁ ଆହ୍ଵାନ ଦିଆଯାଇଛି।ଏହି ପିଏଲଜିଏ ସହିଦ ଦିବସରେ ଯୁବକ ଯୁବତୀ ମାନଙ୍କୁ ସାମିଲ୍ ହୋଇ ଦୁର୍ନୀତି ମୁକ୍ତ ନୂଆ ସମାଜ ଗଠନରେ ମୁଖ୍ୟ ଭୁମିକା ଗ୍ରହଣ କରିବାକୁ ମାଓବାଦୀ ସଂଗଠନ ଆହ୍ବାନ ଦେଇଛି।ଛତିଶଗଡ଼ ଓ ମହାରାଷ୍ଟ୍ର ସୀମାନ୍ତରେ ସହିଦ୍ ହୋଇଥିବା ପିଏଲଜିଏ ର ପ୍ରତିଷ୍ଠାତା କେ.ଶ୍ୟାମ, ମହେଶ,ମୁରଲି ଙ୍କ ସମେତ ସମସ୍ତ ଅମର ସହିଦ୍ ଙ୍କୁ ଲାଲ୍ ସଲାମ୍ ଜଣାଇଛନ୍ତି।ସହିଦ୍ ଙ୍କ ନୀତି ଆଦର୍ଶ କୁ ଆପଣେଇବା ଓ ସହିଦ୍ ଙ୍କ ଅଧୁରା ସ୍ବପ୍ନ କୁ ପୁରାକରିବା। ଜଳ,ଜମି,ଜଙ୍ଗଲ ଖଣିଜ ସମ୍ପଦକୁ ସୁରକ୍ଷା କରିବା ସହ ଗରିବ ମଜଦୁର୍ କିଶାନ୍ କୁ ଏକତା ହେବାକୁ ସିପିଆଇ ମାଓବାଦୀ ବାଘୁନା ଡିଭିଜନ ତରଫରୁ ଆହ୍ବାନ ଦିଆଯାଇଥିବା ଉଲ୍ଲେଖ ରହିଛି। ଶେଷରେ ସିପିଆଇ ମାଓବାଦୀ ବାଘୁନା ଡିଭିଜନ କମିଟି ବୋଲି ଉଲେଖ କରାଯାଇଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories