www.samajalive.in
Saturday, December 13, 2025
14.1 C
Bhubaneswar

ପିଏଆଇଟିଡିଏ ପକ୍ଷରୁ ୧୦୦ ଜଣ ଚାଷୀଙ୍କୁ ମାଗଣା ପରିବା ବିହନ ବଣ୍ଟନ

ମୋହନା: ଗଜପତି ଜିଲ୍ଲାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଆଗରୁ ନିଜ ଆୟରୁ ବିଭିନ୍ନ ବିହନ କିଣି ପନି ପରିବା ଚାଷ କରୁଥିଲେ। ଯାହା ଲାଭ ରହୁଥିଲା ସେଥିରେ ପରିବାର ପ୍ରତି ପୋଷଣ କରିବାରେ କଷ୍ଟ ସାଧ୍ଯ ହେଉଥିଲା। କିନ୍ତୁ ଅନୁସୂତିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ମାଗଣାରେ ଧାନ ଫସଲ ପାଇଁ ବିହନ ବାଣ୍ଟିବା ସହ ଦୁର୍ଗମ ଗ୍ରାମରେ ରହୁଥିବା ଆଦିବାସୀ ପରିବାରର ଚାଷୀ ଙ୍କୁ ମକା, କୋବି, ଟମାଟୋ, ବାସୁମତି ଧାନ, ବିଭିନ୍ନ ପନି ପରିବା ବିହନ ଏବଂ କୁକୁଡ଼ା ଚାଷ, ମକା, କୋଳଥ, ପାଣି ପମ୍ପ ଭଳି ଅନେକ ସାମଗ୍ରୀ ମାଗଣାରେ ଦେବା ଫଳରେ ଲୋକେ ଚାଷ ବାସ କରି ଲାଭବାନ ହେଉଛନ୍ତି।

ଆମଦାନୀ ଫସଲକୁ ବଜାରରେ ବିକ୍ରି କରି ପରିବାର ଚଳାଇବା ସହଜ ହୋଇପାରିଛି । ମୋହନା ବ୍ଲକର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗ୍ରାମରେ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ସରୋଜ ବେହେରାଙ୍କ ନିର୍ଦ୍ଧେଶ କ୍ରମେ ପ୍ରକଳ୍ପ ପରିଚାଳକ ଗୌତମ ସ୍ୱାଇଁ, କୃଷି ବିଶେଷଜ୍ଞ ଭଗବାନ ଶ୍ରୀମାଦ୍ରୀ,କ୍ଷେତ୍ର ପରିଚାଳକ ସଞ୍ଜୟ ଛାଟେଇ ପ୍ରମୁଖ ପ୍ରତାପପୁର ଗ୍ରାମର ମହିଳା ଦଳଙ୍କ ବୈଠକ କରି ୫୦ ଜଣଙ୍କୁ ବନ୍ଧା କୋବି ଓ ଫୁଲ କୋବି ବିହନ ଓ ସାର ବାଣ୍ଟିଥିଲେ। ସେହିପରି ନାରାୟଣପୁର ଗ୍ରାମର ୫୦ ଜଣ ମହିଳା ଦଳକୁ ବିହନ, ସାର ବଣ୍ଟନ କରାଯାଇଥିଲା। ପୂର୍ବରୁ ଏହି ଅଞ୍ଚଳରେ ମାଛ, ପରିବା ଓ କୁକୁଡ଼ା ଚାଷ କରି ବହୁ ପରିବାର ଉପକୃତ ହୋଇଥିବା ସହ ନିଜ ପିଲାଙ୍କୁ ପାଠ ପଢ଼ାଇବାରେ ସଫଳ ମଧ୍ୟ ହୋଇଥିବା କହିଛନ୍ତି ଗ୍ରାମବାସୀ। ପିଏଆଇଟିଡିଏ ପକ୍ଷରୁ ମାଗଣାରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବାରୁ ଧନ୍ୟବାଦ ଜଣାଇଛନ୍ତି ଚାଷୀ ଭାଇମାନେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories