www.samajalive.in
Saturday, December 13, 2025
14.1 C
Bhubaneswar

ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱତନ୍ତ୍ର ସେବା ଶିିବିର ଉଦଯାପନ

ମୋହନା: ସ୍ଥାନୀୟ ହିଲଟପ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ବାଳିକା ବିଭାଗ ପକ୍ଷରୁ ୨୫ ଜଣ ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସେବା ଶିବିର ଉଦଯାପନୀ ହୋଇଯାଇଛି। ଏହି ସ୍ୱତନ୍ତ୍ର ଶିବିରରେ ଛାତ୍ରୀ ମାନେ ଚାରା ରୋପଣ, ଭୋଟର ସଚେତନତା, ସାମ୍ପ୍ରଦାୟିକ ସଦଭାବ , ପିତୃ ମାତୃ ସେବା, କରୋନା ସମ୍ଭଧିତ ସଚେତନତା, ସ୍ୱଚ୍ଛ ଭାରତ ଅଭିଯାନ ମୋହନା ପଞ୍ଚାୟତରେ କରିବା ସହ କଣ୍ଟେଇକୋଳି, ଶିବ ମନ୍ଦିର, ଚର୍ଚ୍ଚ, ବ୍ଲକ ଅଫିସ, ଥାନା, ତହସିଲ, ସିଡିପିଓ ଅଫିସ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ଉଦଯାପନୀ ଉତ୍ସବରେ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ଯକ୍ଷ ସିମାଞ୍ଚଳ ସାହୁ ସଭାପତି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବୀର ମୁଖ୍ୟ ଅତିଥି, ଯୁକ୍ତ ୩ର ରାଜନୀତି ବିଜ୍ଞାନ ଅଧ୍ୟାପକ ଜଗନ୍ନାଥ ପଣ୍ଡା, ଭଗବାନ ବିଷୋୟୀ, ଏସ. ରମେଶ,ଡକ୍ଟର ଅନ୍ତର୍ଯ୍ୟାମୀ ଗୌଡ଼, ମିନକେତନ ମିଶ୍ର, , କାମାକ୍ଷା ପ୍ରସାଦ ପଟ୍ଟନାୟକ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବାଳିକା ବିଭାଗର ଯୋଜନା ଅଧିକାରୀ ଅନିଲ କୁମାର ତ୍ରିପାଠୀ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories