www.samajalive.in
Sunday, December 14, 2025
19.1 C
Bhubaneswar

ମାଲକାନଗିରି ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ପରିଦର୍ଶନ

ମାଲକାନଗିରି: ମାଲକାନଗିରି ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ ଆଜି ଜିଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳର ୪ ଟି ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି । ଜିଲ୍ଲାପାଳ ଵିଶାଲ ସିଂହ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା ଆଜି ସ୍ୱାଭିମାନ ଅଞ୍ଚଳର  ୪ ଟି ପଞ୍ଚାୟତ ଗସ୍ତ କରି ଜନସାଧରଣଙ୍କ ସହ ସେମାନଙ୍କ ସମସ୍ୟା ନେଇ ସିଧାସଳଖ ଆଲୋଚନା କରିଛନ୍ତି । ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ, ପଣସପୁଟ, ଗାଜଲମାମୁଡ଼ି ଓ ପାପରମେଟଲା ପଞ୍ଚାୟତରେ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

 

- Advertisement -

ଆଲୋଚନା ବେଳେ ଲୋକେ ସମ୍ପୃକ୍ତ ଅଞ୍ଚଳରେ ମୋବାଇଲ ଟାୱାର ପ୍ରତିଷ୍ଠା, ପାନୀୟଜଳର ସୁବିଧା ପାଇଁ ସୋଲାର ଜଳ ଯୋଗାଣ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ଓ ବେକାରୀ ଯୁବକଙ୍କୁ ତାଲିମ ଦେଇ ବିଦ୍ୟୁତ ବିଭାଗରେ ନିଯୁକ୍ତି ଦେଲେ ବିଦ୍ୟୁତ ସମସ୍ୟା ଶୀଘ୍ର ଦୂର ହୋଇ ପାରିବ ବୋଲି ପ୍ରସ୍ତାବ ଦେଇଥିଲେ। ଜିଲାପାଳ ଶ୍ରୀ ସିଂହ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ କିଛି ସମସ୍ୟା ଥିଲେ ସିଧାସଳଖ ଯୋଗାଯୋଗ କରିବାକୁ କହିଥିଲେ। ଏ ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିନା ଜନସାଧାରଣଙ୍କ ସୁରକ୍ଷା ପାଇଁ ପୋଲିସ ସର୍ବଦା ରହିଛି ଓ ମାଓ ସମସ୍ୟା ଦୁର ପାଇଁ ତଲାସୀ ଅଭିଯାନ ଜାରୀ ରହିଛି ବୋଲି କହିଥିଲେ । ଏହି ଗସ୍ତ ବେଳେ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories