www.samajalive.in
Sunday, December 14, 2025
15.1 C
Bhubaneswar

ଶିଶୁ ସୁରକ୍ଷା ରଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା 

ନବରଙ୍ଗପୁର : ଶିଶୁ ସୁରକ୍ଷା ରଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା । ଓଡିଶାରେ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ରାଜ୍ୟ ବ୍ୟାପି ବ୍ୟାପକ ଜନ ସଚେତନ କରିବା ଉଦେଶ୍ୟରେ ରାଜ୍ୟ ଶିଶୁ ସୁରକ୍ଷା କମିଶନ ତରଫରୁ ବାହାରି ଥିବା ଏକ ସଚେତନତା ରଥ ଆଜି ସକାଳେ ନବରଙ୍ଗପୁର ସହରରେ ପହଁଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ କାର୍ୟ୍ୟଳୟ ଠାରେ ଆନୁଷ୍ଠାନିକ ଭାବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ପରେ ପରେ ନବରଙ୍ଗପୁର ଆଇସିଡିଏସ ପ୍ରକଳ୍ପର ସମସ୍ତ ସୁପରଭାଇଜର ,ଅଙ୍ଗନବାଡି କର୍ମୀ ଓ କିଶୋରୀ ବାଳିକା ମାନେ ହୁଳହୁଳି, ପୁଷ୍ପଗୁଚ୍ଛ ଓ ଚନ୍ଦନ ଟୀକା ଲଗାଇ ସଚେତନ ରଥ କୁ ସ୍ଵାଗତ କରିଥିଲେ । ବାଲ୍ୟ ବିବାହକୁ ନା, ବିଦ୍ୟାଳୟକୁ ହଁ ଓ ଶ୍ରମ ନୁହଁ-ଶିକ୍ଷା ର ବାର୍ତ୍ତା ନେଇ ସଚେତନ କରୁଥିବା ଏହି ରଥ ଟିକୁ ପରେ ନବରଙ୍ଗପୁର ସହରରେ ଥିବା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ କରିବା ପରେ ସେଠାରେ ଏକ ସାଧାରଣ ସଭା କରାଯାଇ ବାଳିକା ମାନଙ୍କୁ ଶିଶୁ ଅଧିକାର ର ବିଭିନ୍ନ ଦିଗ ସହିତ ବାଳିକା ଶିକ୍ଷାର ଗୁରୁତ୍ଵ ଓ ବାଲ୍ୟ ବିବାହର କୁପରିଣାମ ,ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ଯତ୍ନ କୁ ସୁନିଶ୍ଚିତ କରିବା ଉପରେ ବକ୍ତା ମାନେ ବୁଝାଇବା ସହିତ ବାଲ୍ୟ ବିବାହକୁ କୁ ବିରୋଧ କରି ନିୟମିତ ବିଦ୍ୟାଳୟ କୁ ଯାଇ ପାଠ ପଢିବା ଉପରେ ସାମୁହିକ ଭାବରେ ଶପଥ କରାଇ ଥିଲେ । ପରେ ସଚେତନତା ରଥଟି ନବରଙ୍ଗପୁର ବ୍ଲକ ର ତାରଗାଁ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ , ପାପଡାହାଣ୍ଡି ବ୍ଲକ ର ଦଳେଇ ଗୁଡା ଆଶ୍ରମ ବିଦ୍ୟାଳୟ ,ମଇଦଳପୁର କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ,ଚାଉରିଆ ଗୁଡା ଓ ଖଲିଆଗୁଡା ଗ୍ରାମ ଏବଂ ଡାବୁଗାଁ ବ୍ଲକର ଆଶ୍ରମ ବିଦ୍ୟାଳୟ ଠାରେ ପହଁଞ୍ଚିବା ସହିତ ସେଠାରେ ସାଧାରଣ ସଭା କରାଇ ଶିଶୁମାନଙ୍କର ଅଧିକାର ଓ ବାଲ୍ୟ ବିବାହକୁ ନା , ବିଦ୍ୟାଳୟକୁ ହଁ ତଥା ଶ୍ରମ ନୁହଁ ଶିକ୍ଷାର ବିଭିନ୍ନ ଦିଗ ଉପରେ ବକ୍ତା ମାନେ ବୁଝାଇ ସହିତ ବାଲ୍ୟ ବିବାହକୁ ସାମୁହିକ ଭାବରେ ବିରୋଧ କରିବା ଓ ସମସ୍ତ ବାଳକ ବାଳିକା ବିଦ୍ୟାଳୟକୁ ନିୟମିତ ଯାଇ ପାଠ ଉପରେ ସାମୁହିକ ଭାବରେ ଶପଥ କରାଇ ଥିଲେ । ଏହି ଅବସର ଗୋଷ୍ଠୀଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ,ସହାୟକ ସମାଜ କଲ୍ୟାଣ ଅଧିକାରୀ ନରହରି ସିଂ, ସିଡିପିଓ ସରୋଜିନୀ ରଥ ,ଏସ ଗୀତା ,ଯମୁନା ଭତ୍ରା ,ଆକ୍ସନଏଡ ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ, ଲିଗାଲ ପ୍ରୋବେସନ ଅଫିସର କିଶୋର ମାର୍ଥା, ଅନୁଷ୍ଠାନ ଯତ୍ନ ଅଧିକାରୀ କୁନିମଣି ସ୍ଵାଇଁ ,ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ, ସୁପର ଭାଇଜର , ସସ୍ମିତା ମହାନ୍ତି ,ବିନୀତା ଜେଠି, କାଞ୍ଚନ ପଣ୍ଡା , ରଶ୍ମୀ ପ୍ରଭା ପାଣିଗ୍ରାହୀ, ,ସୁଶ୍ରୀରେଖା ତ୍ରିପାଠୀ , ଶ୍ରୀଲତା ବାରିକ ପ୍ରମୁଖ ବକ୍ତା ମାନେ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଥିବା ଆଇନ ର ବିଭିନ୍ନ ଦିଗଉପରେ ପଥପ୍ରାନ୍ତ ସଭା ଗୁଡିକରେ ଆଲୋଚନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories