www.samajalive.in
Saturday, December 13, 2025
26.1 C
Bhubaneswar

ଇମ୍ଫାର ପ୍ରତିଷ୍ଠା ଦିବସ ପାଳିତ

ଚୌଦ୍ୱାର: ଇମ୍ଫା ଶିଳ୍ପଗୋଷ୍ଠିର ୬୦ତମ ପ୍ରତିଷ୍ଠା ଦିବସ ଚୌଦ୍ୱାରସ୍ଥିତ କାରଖାନା ପରିସରରେ ପାଳିତ ହୋଇ ଯାଇଛି। କରୋନା କଟକଣା ହେତୁ ନିରାଡମ୍ବର ଭାବେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆର୍ଥିକ ଅଧିକାରୀ ପ୍ରେମ୍‍ ଖଣ୍ଡେଲୱାଲ ଓ ଉପ ସଭାପତି ବିନୟ ଅଗ୍ରୱାଲ ଅତିଥି ଭାବେ ଯୋଗଦେଇ ଶିଳ୍ପଗୋଷ୍ଠିର ପ୍ରତିଷ୍ଠାତା ଡ. ବଂଶୀଧର ପଣ୍ଡାଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ କାରଖାନାର ଶ୍ରମିକ କର୍ମଚାରୀ ଓ ପରିଚାଳନା କତ୍ତୃପକ୍ଷଙ୍କ ମଧ୍ୟରେ ସୁସଂପର୍କ ବଜାୟ ରଖି କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କମ୍ପାନୀରେ ୧୦, ୧୫, ୨୦,୨୫ ଓ ୩୦ ବର୍ଷ କାର୍ଯ୍ୟ କରିଥିବା ମୋଟ ୧୨୯ ଜଣଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ। ଇମ୍ଫାର ମାନବ ସମ୍ବଳ ପ୍ରଶାସନିକ ଅଧିକାରୀ ଜି. ସାରଦା ପ୍ରସାଦ ରାଓଙ୍କ ନେତୃତ୍ୱରେ ଡେପୁଟି ଜେନେରାଲ ମ୍ୟାନେଜର ଧ୍ରୁବ ଚରଣ ରାଉତ, ଅନୀଲ ଗୋସ୍ୱାମୀ, ସୁଶାନ୍ତ ଲେଙ୍କା, ରସାନନ୍ଦ ପ୍ରଧାନ, ଅକ୍ଷୟ କର, ସନାତନ ସାମଲ, ରାଜେଶ ଦାସ, ଜୟନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories