www.samajalive.in
Sunday, December 14, 2025
15.1 C
Bhubaneswar

ଦିଲ୍ଲୀ ଓ ପୁଣେର ମାର୍କେଟ

ଶସ୍ତା ଓ ବିଭିନ୍ନ ଡ଼ିଜାଇନର ଉଷ୍ଣ ବସ୍ତ୍ର କିଣିବା ପାଇଁ ଦିଲ୍ଲୀର କେତେକ ମାର୍କେଟକୁ ନିଶ୍ଚୟ ଯାଆନ୍ତୁ। ଏଠାରେ ଆପଣ ବହୁ ଡ଼ିଜାଇନର ଶୀତ ବସ୍ତ୍ର ପିନ୍ଧିପାରିବେ। ଜାଣନ୍ତୁ ଦିଲ୍ଲୀର କେତେକ ମାର୍କେଟ ବିଷୟରେ …….
ଦିଲ୍ଲୀରେ ଥିବା ଗାନ୍ଧୀ ନଗର ମାର୍କେଟ ଗଲେ ଏଠାରେ ଆପଣଙ୍କୁ ଜାକେଟ, ସାଲ୍‍ ଆଦି ଖୁବ କମ ଦାମରେ ମିଳିବ। ବିଭିନ୍ନ ଡ଼ିଜାଇନ ଓ ସୁନ୍ଦର ସୁନ୍ଦର ହସ୍ତ କାର୍ୟ୍ୟରେ ପ୍ରସ୍ତୁତ ସମସ୍ତ ପ୍ରକାର ଶୀତ ବସ୍ତ୍ର ଏଠାରେ ପାଇବେ।
ଗାନ୍ଧୀ ନଗର ମାର୍କେଟରେ ପ୍ରାୟ ୧୫ ହଜାର ଠାରୁ ମଧ୍ୟ ଅଧିକ ଦୋକାନ ବଜାର ରହିଛି। ଏଠାରେ ଦେଶର ଭିନ୍ନ- ଭିନ୍ନ ସ୍ଥାନର ପୋଷାକ ଓ ଶୀତ ବସ୍ତ୍ରର ସେଲ୍‍ ବା କମ ଦାମରେ ମିଳିଥାଏ। ସୁଇଟର ୧୦୦ ଟଙ୍କାରୁ ଆରମ୍ଭ ଦାମରେ ଏଠାରେ ମିଳେ। ଏହାଛଡ଼ା ଜାକେଟ ୧୮୦ରୁ ଆରମ୍ଭ ହୋଇ ମିଳିଥାଏ।
ଏକ ବିଶେଷ କଥା ହେଉଛି ଯେ, ଏଠାରେ ଦୋକାନୀ ନିଜେ ମଧ୍ୟ ଶୀତ ବସ୍ତ୍ର ହାତରେ ତିଆରି କରି ବିକ୍ରି କରନ୍ତି।
ଗାନ୍ଧୀ ନଗର ମାର୍କେଟ ବ୍ୟତୀତ ଚାନ୍ଦିନୀ ଚୌକ, ଜନପଦ, ଲାଜପତ ନଗର, ସରାଜନୀ ନଗର, କରୋଲ ବାଗ ଓ ଶହାଦରାର ମାର୍କେଟ ଯାଇ ସେଠାରେ ମଧ୍ୟ ଶୀତ ବସ୍ତ୍ରର ସପିଙ୍ଗ କରିପାରିବେ।
ପୁଣେର ପ୍ରସିଦ୍ଧ ବଜାର ଗୁଡ଼ିକ ବିଷୟରେ ଜାଣିବା ଯେଉଁଠାରେ ଆପଣ ସମୟ ଅତିବାହିତ କରିବାକୁ ଖୁବ ଭଲ ଲାଗିବ ……
ଫରଗୁସନ କଲେଜ ରୋଡ଼ –
ଏହି ସ୍ଥାନଟି ଏଠାକାର ସ୍ଥାନୀୟ ବାସିନ୍ଦା ମାନଙ୍କୁ ମଧ୍ୟ ଖୁବ ଭଲ ଲାଗିଥାଏ। ଏଠାରେ ଆପଣ ସୁନ୍ଦର ଚପଲ, ବ୍ୟାଗ ଭଳି ବିଭିନ୍ନ ଜିନିଷ ଶସ୍ତାରେ କିଣିପାରିବେ। ଏଠାରେ ଥିବା ରେଷ୍ଟ୍ରୁରାଣ୍ଟରେ ଯାଇ ଆପଣ ସୁଆଦିଆ ଖାଦ୍ୟର ମଜା ନେଇପାରିବେ। ନିକଟରେ କଲେଜ ଥିବାରୁ ଏଠାରେ ସର୍ବଦା ଭିଡ଼ ଜମିଥାଏ।
ହାଙ୍ଗକାଙ୍ଗ ଲେନ –
ଆପଣ ପୁଣେର ହାଙ୍ଗକାଙ୍ଗ ଲେନ ନିଶ୍ଚୟ ଯାଆନ୍ତୁ। ଦାମି ଜିନିଷ ଏଠାରେ ସଠିକ ଦାମରେ ମିଳିଥାଏ। ଏହା ଗରବାରେ ବିଜ୍ରର ନିକଟରେ ଅବସ୍ଥିତ। ସପିଙ୍ଗ ପାଇଁ ଏହି ସ୍ଥାନଟି ଖୁବ ପ୍ରସିଦ୍ଧ। ବିଭିନ୍ନ ପ୍ରକାର ଇମିଟେସନ ଅଳଙ୍କାର, ପୋଷାକ, ପରଫ୍ୟୁମ, କସମେଟିକ ଭଳି ବିଭିନ୍ନ ଦ୍ରବ୍ୟ କିଣିପାରିବେ।
ଲକ୍ଷ୍ମୀ ରୋଡ଼ –
ଏହା ପୁଣେର ସବୁଠାରୁ ପୁରୁଣା ମାର୍କେଟ। ଏଠାରେ ସମସ୍ତ ଦ୍ରବ୍ୟ ଖୁବ ଭଲ ଓ ଶସ୍ତାରେ ମିଳିଥାଏ। ଆପଣଙ୍କୁ ଯଦି ଶାଢୀ କିଣିବାକୁ ଇଚ୍ଛା ଥାଏ, ତେବେ ଏଠାକୁ ନିଶ୍ଚୟ ଯାଆନ୍ତୁ। ଏହାଛଡ଼ା ବିଭିନ୍ନ ଡ଼ିଜାଇନର ପୋଷାକ, ଜିନ୍ସ, ଟିସାର୍ଟ, ସ୍କର୍ଟସ ଆଦି ମିଳିଥାଏ।
ଫେଶସ ଷ୍ଟ୍ରିଟ –
କେବଳ ନାମରୁ ନୁହେଁ, ଏଠାରେ ଥିବା ମିଳୁଥିବା ବିଭିନ୍ନ ଦ୍ରବ୍ୟ ଫେଶନ ଓ ଷ୍ଟାଇଲରେ ଭରପୁର। ଏଠାରେ ମିଳୁଥିବା ସୁନ୍ଦର ସୁନ୍ଦର ଡ଼ିଜାଇନର ପୋଷାକ ଲୋକଙ୍କୁ ଖୁବ ଆକର୍ଷିତ କରିଥାଏ। ତେଣୁ ଏଠାରେ ବେଶ ଜନ ସମାଗମ ଦେଖାଯାଏ। ପ୍ରାୟ ୪୫୦ଟି ଦୋକାନ ଲାଗି ଲାଗି ହୋଇ ରହିଥାଏ।
ବାଜୀରାଓ ରୋଡ଼ –
ଗୃହର ସୁନ୍ଦରତାକୁ ବଢାଇବା ପାଇଁ ଏଠାରେ ଆବଶ୍ୟକୀୟ ଓ ସୁନ୍ଦର ଆସବାବ ପତ୍ର ମିଳେ। ଘରର ପାଇଁ ବିଭିନ୍ନ ଦ୍ରବ୍ୟ କିଣିବାର ଏହା ସଠିକ ସ୍ଥାନ।
ତୁଳସୀବାଗ –
ଏହି ସ୍ଥାନ ଇମିଟେସନ ଅଳଙ୍କାର ପ୍ରିୟ ଲୋକଙ୍କୁ ଖୁବ ପସନ୍ଦ। ଏଠାରେ ଆପଣ ବିଭିନ୍ନ ଡ଼ିଜାଇନର ଅଳଙ୍କାର ପାଇପାରିବେ। ଭିନ୍ନ ଭିନ୍ନ ଡ଼ିଜାଇନର ଅଳଙ୍କାର, ଜୋତାଚପଲ ଆଦି ଆପଣ ପାଇପାରିବେ। ଏପରିକି ୫୦୦ ଟଙ୍କାର ଦ୍ରବ୍ୟ ଏଠାରେ ୨୦୦ ମିଳିଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories