www.samajalive.in
Saturday, December 13, 2025
26.1 C
Bhubaneswar

ଜାତୀୟ ସେବା ଯୋଜନା ଶିବିର ଉଦଯାପିତ 

ପାଟଣା : ପିପିଳିଆ ସ୍ଥିତ ଲଷ୍ମୀନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ୨୫ଜଣ ଛାତ୍ରଙ୍କୁ ନେଇ ସପ୍ତାହେ ବ୍ୟାପି ଚାଲିଥିବା ଜାତୀୟସେବା ଯୋଜନା ଶିବିର ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଚିକିଣିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି ଶିବିର ଚାଲିଥିବା ବେଳେ ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ନିରାକାର ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ଖବରଟବର ସଂପାଦକ ନୃସିଂହ ନାଥ ସିଂହ ଯୋଗ ଦେଇ ଶିବିରାର୍ଥୀ ମାନଙ୍କର ସେବା ମନୋଭାବ ଓ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରିଥିଲେ। ଶିବିର ପରିଚାଳନା ଦାୟତ୍ୱରେ ଥିବା ସଂସ୍କୃତ ଅଧ୍ୟାପକ ହେମନ୍ତ କୁମାର ମିଶ୍ର ଛାତ୍ରଛାତ୍ରୀ ମାନଙ୍କ ଶିବିର ରେ ସେବା ମନୋଭାବ ଗ୍ରାମବାସୀ ଙ୍କୁ ଉତ୍ସାହିତ କରିଥିବା ମତ ଦେଇ ଥିଲେ । ମହାବିଦ୍ୟାଳୟ ର ପୂର୍ବତନ ସମ୍ପାଦକ ଜଗବନ୍ଧୁ ମହାନ୍ତ, ଅଧ୍ୟାପକ ଅମିୟ କୁମାର ରାଉତ,  ଅଧ୍ୟାପକ ଯତିନ୍ଦ୍ର ସାହୁ, ଅଧ୍ୟାପକ ସମିର ସାହୁ,ଅଧ୍ୟାପକ ରତ୍ନାକର ମହାନ୍ତ, ଅଧ୍ୟାପକ ଚନ୍ଦ୍ରଶେଖର ଭୁୟାଁ ଓ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୈତାରୀ ମହାନ୍ତ ଶିବିରାର୍ଥୀଙ୍କ ସହ ବିଭିନ୍ନ ଦିବସରେ ସେବା କାର୍ଯ୍ୟରେ ସାମିଲ ହୋଇଥିଲେ। ଅଧ୍ୟାପକ ଅଲେଖ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ଛାତ୍ର ସର୍ବଶ୍ରୀ ବିଭୂତି ଭୂଷଣ ନାଏକ (କ) , ଓ ବିଭୂତି ଭୂଷଣ ନାଏକ (ଖ)ଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories