www.samajalive.in
Sunday, December 14, 2025
26.1 C
Bhubaneswar

ସତ୍ୟସାଇ ସେବାସମିତିର ରକ୍ତଦାନ ଶିବିର- ୩୪ ୟୁନିଟ ରକ୍ତ ସଂଗ୍ରହ

ବଡ଼ମ୍ବା: ବଡ଼ମ୍ବାସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ବୁଧବାର ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶିବିରରେ ସର୍ବମୋଟ ୩୪ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ଅନୁଷ୍ଠାନ ସୂତ୍ରରୁ ପ୍ରକାଶ। ସମିତିର ଆବାହକ ଧର୍ମେନ୍ଦ୍ର ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ସ୍ଥାନୀୟ ଭାରପ୍ରାପ୍ତ ତହସିଲଦାର ତପନକୁମାର ପରିଡ଼ା,ଗୋଷ୍ଠି ଉନ୍ନୟନ ଅଧିକାରୀ ଉତ୍କଳରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇ ଆଗନ୍ତୁକ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତି ସଦସ୍ୟ ରବିନ୍ଦ୍ର କୁମାର ସାହୁ, ମନୋଜ କୁମାର ମହାପାତ୍ର, ମୃତ୍ୟୁଞ୍ଜୟ ମହାନ୍ତି, ମନୋଜ କୁମାର ମହାନ୍ତି, ପ୍ରଭାତ କୁମାର ସାହୁ, ରାମକ୍ରିଷ୍ଣ ମହାରଣା, ବିନତୀ ବରାଳ, ସାଇ ପ୍ରେରଣା ସାହୁ, ସ୍ଥିତିପ୍ରଜ୍ଞା ପ୍ରିୟଦର୍ଶନୀ, ଜ୍ୟୋତିର୍ମୟୀ ଦାସ ପ୍ରମୁଖ ସାଇସେବକ ସେବିକା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories